ମୃତ ଯାତ୍ରୀଙ୍କ DNA ଟେଷ୍ଟ ପରେ ବଡ଼ ଖୁଲାସା! ଜଣାପଡିଲା ଦୁର୍ଘଟଣାର ବଡ଼ କାରଣ

ଅହମଦାବାଦ, ୧୫।୬: ଭାରତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୧୯ ଜଣଙ୍କ ମୃତଦେହର ଡିଏନଏ ମ୍ୟାଚ କରାଯାଇଛି। ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ପରେ ଡାକ୍ତର ଓ ଫରେନସିକ ବିଶେଷଜ୍ଞମାନେ ରକ୍ତ ନମୁନାରୁ ଡିଏନଏ ମିଳାଇବାରେ ଲାଗିଛନ୍ତି। ଏହା ସହିତ ଦୁର୍ଘଟଣାସ୍ଥଳରୁ ଆହୁରି ଅବଶେଷ ଉଦ୍ଧାର କରାଯାଉଛି। ଅହମ୍ମଦାବାଦରେ ଘଟିଥିବା ଏହି ଦୁଃଖଦ ବିମାନ ଦୁର୍ଘଟଣାରେ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ଏୟାର ଇଣ୍ଡିଆ ବିମାନ AI-171 ଉଡ଼ାଣ ପୂର୍ବରୁ କୌଣସି ଯାନ୍ତ୍ରିକ ସମସ୍ୟା ମିଳି ନଥିଲା। VT-ANB ନମ୍ବର ଥିବା ବୋଇଂ 787-8 ଡ୍ରିମଲାଇନରର ଜୁନ୍ ୨୦୨୨ ରେ ସମ୍ପୂର୍ଣ୍ଣ ‘C-ଚେକ୍’ କରାଯାଇଥିଲା ଏବଂ ପରବର୍ତ୍ତୀ ନିୟମିତ ରକ୍ଷଣାବେକ୍ଷଣ ଡିସେମ୍ବର ୨୦୨୫ ପାଇଁ ସ୍ଥିର କରାଯାଇଥିଲା।

ତେବେ ବର୍ତ୍ତମାନ ପ୍ରଶ୍ନ ଏଭଳି ଭୟଙ୍କର ବିମାନ ଦୁର୍ଘଟଣା ପାଇଁ କିଏ ଦାୟୀ? ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ପାଇଲଟମାନେ ଉଭୟ ପାର୍ଶ୍ୱର ନିୟନ୍ତ୍ରଣ ସହିତ ସମନ୍ୱୟ ରକ୍ଷା କରିପାରି ନଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଡ଼ାଣ ସମୟରେ ଉଡ଼ାଣ ଗିଅର ବଦଳରେ ଲ୍ୟାଣ୍ଡିଂ ଗିଅର ବ୍ୟବହାର କରିଥିଲେ, ଯାହା ଫଳରେ ବିମାନଟି ଉଡ଼ାଣ ସମୟରେ ତଳକୁ ଖସିପଡ଼ିଥିଲା। ଏ ସମ୍ପର୍କରେ ଏକ ବିସ୍ତୃତ ତଦନ୍ତ ଜାରି ରହିଛି

ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆର ଫ୍ଲାଇଟ AI171, ଯେଉଁଥିରେ ୨୪୨ ଜଣ ଯାତ୍ରୀ ଥିଲେ, ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସୁରକ୍ଷିତ ଥିଲା। ଗୁଜରାଟ ସରକାର କହିଛନ୍ତି ଯେ ପ୍ରାୟ ୨୧୯ ଜଣ ମୃତକଙ୍କ ପରିବାର ଡିଏନଏ ପରୀକ୍ଷା ଓ ରକ୍ତ ନମୁନା ପାଇଁ ଆଗେଇ ଆସିଛନ୍ତି। ମୃତଦେହରୁ ୨୭୫ଟି ନମୁନା ସଂଗ୍ରହ କରାଯାଇଛି। ରାଜ୍ୟ ଫରେନସିକ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ) ଓ ନ୍ୟାସନାଲ ଫରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଦଳ ରାତି ଦିନ କାମ କରି ଡିଏନଏ ମିଳାଇବାରେ ଲାଗିଛନ୍ତି।

ଅହମଦାବାଦ ସିଭିଲ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ରାକେଶ ଯୋଶୀ କହିଛନ୍ତି ଯେ ମୃତଦେହର ଅବଶେଷର ବିଶ୍ଳେଷଣ ଜାରି ରହିଛି। ଏକ ପୁଲିସ ଅଧିକାରୀଙ୍କ ମତରେ, ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୭୨ ଘଣ୍ଟା ପରେ ଡିଏନଏ ପରୀକ୍ଷା ଶେଷ ହେବା ପରେ ଜଣାପଡ଼ିବ।

Share