ମୋଦିଙ୍କୁ ପ୍ରଶଂସା କରିବା ବିଧାୟକଙ୍କୁ ପଡିଲା ମହଙ୍ଗା

ଚେନ୍ନାଇ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଜଣେ ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି। ଫଳରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତାମିଲନାଡୁର ଡିଏମକେ ବିଧାୟକ କୁକା ସେଲଭମ। ମୋଦି ଏବଂ ଭାଜପା ସଭାପତି ଜେପି ନଡ୍ଡାଙ୍କୁ ପ୍ରଶଂସା କରିବାର ଗୋଟିଏ ଦିନ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏପରିକି ଦଳୀୟ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ଏହାସହ ତାଙ୍କ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଡିଏମକେ ସଭାପତି ଏମ.କେ ଷ୍ଟାଲିନ କହିଛନ୍ତି ଯେ, ଦଳର ଶୃଙ୍ଖଳା ଉଲ୍ଲଂଘନ ହେତୁ ସେଲଭାମଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତରେ ଆସିଥିବା ସେଲଭାମ ଭଲ ଶାସନ ପାଇଁ ମୋଦିଙ୍କୁ ପ୍ରଶଂସା କରିବା ସହ ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share