Tennis - ATP Masters 1000 - Italian Open - Foro Italico, Rome, Italy - September 21, 2020 Serbia's Novak Djokovic celebrates with the trophy after winning the final against Argentina's Diego Schwartzman Pool via REUTERS/Riccardo Antimiani
ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍ ଜୋକୋଭିଚ୍ ଇଟାଲିଆନ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ସେ ୫ମ ଥର ପାଇଁ ଇଟାଲିଆନ ଓପନ ଜିତିଛନ୍ତି। ରାଫାଲ ନାଡାଲ ଏଠାରେ ସର୍ବାଧିକ ୯ଥର ଚାମ୍ପିୟନ ହୋଇ ରେକର୍ଡ କରିଛନ୍ତି। ପୁନଶ୍ଚ ଏହା ହେଉଛି ତାଙ୍କର ୩୬ତମ ମାଷ୍ଟର୍ସ ଟାଇଟଲ। ରୋଲାଣ୍ଡ ଗ୍ୟାରସଠାରେ ଆଉ କିଛି ଦିନ ପରେ ଆରମ୍ଭ ହେବ ଫ୍ରେଞ୍ଚ୍ ଓପନ। ଇଟାଲିଆନ ଓପନ ଜିତିବା ଦ୍ୱାରା ଏହି ଟୁର୍ନାମେଣ୍ଟ ପାଇଁ ଜୋକୋଭିଚ୍ଙ୍କ ଆତ୍ମବିଶ୍ୱାସ ବୃଦ୍ଧିପାଇଛି। ସେ କହିଛନ୍ତି, ଏଠାରେ ଚାମ୍ପିୟନ ହୋଇଥିଲେ ମଧ୍ୟ ସେ ତାଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ନାହାନ୍ତି। ଫ୍ରେଞ୍ଚ ଓପନରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ୨୮ବର୍ଷୀୟ ସ୍କ୍ବାର୍ଜମ୍ୟାନ କ୍ୱାର୍ଟର ଫାଇନାଲରେ ନାଡାଲଙ୍କୁ ପରାସ୍ତ କରିଥିଲେ। ଟାଇଟଲ ମୁକାବିଲାରେ କିନ୍ତୁ ଜୋକୋଭିଚ୍ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ବିଶ୍ୱର ନମ୍ବର ଓ୍ବାନ ହେବାପାଇଁ ସେ ହକ୍ଦାର ବୋଲି ପ୍ରମାଣ କରି ଦେଖାଇ ଦେଇଥିଲେ।