ଦୀପାବଳି ପୂର୍ବରୁ ବୋନସ୍‌ ଘୋଷଣା: ଏହି କର୍ମଚାରୀଙ୍କୁ ତୁରନ୍ତ ମିଳିବ ୩୪ ହଜାର ଟଙ୍କା

ନୂଆଦିଲ୍ଲୀ,୧୬।୧୦: ମହାରାଷ୍ଟ୍ରର ତିନୋଟି ନଗର ନିଗମର କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମୁମ୍ବାଇ ନଗର ନିଗମ ଏବଂ ବେଷ୍ଟ କର୍ମଚାରୀଙ୍କ ପାଇଁ ୩୧,୦୦୦ ଥାନେ କର୍ମଚାରୀଙ୍କ ପାଇଁ ୨୫୦୦୦ ଏବଂ ନଭି ମୁମ୍ବାଇ କର୍ମଚାରୀଙ୍କ ପାଇଁ ୩୪, ୦୦୦ ଦୀପାବଳି ବୋନସ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତୁରନ୍ତ ପାଣ୍ଠି ବଣ୍ଟନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – The Largest & Most Trusted Odia Daily