ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଏନ୍. ରାଜକିଶୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଛାତ୍ରୀଛାତ୍ରମାନଙ୍କୁ ପାଠପଢ଼ା ଭିତରେ ଆବଦ୍ଧ ନ କରି ସେମାନଙ୍କ ଅନ୍ତନିର୍ହିତ ଗୁଣକୁ ଚିହ୍ନି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁଁ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଦିଗପହଣ୍ଡି ସହରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ସହର ରୂପେ ଗଢ଼ିବା ପାଇଁ ସେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଦିଗପହଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ର, ସମ୍ପାଦକ ଶୁଭଶ୍ରୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସ୍କୁଲ ଉପାଧ୍ୟକ୍ଷା ସୁଷମା ଗୌଡ଼ ଏବଂ ଶିକ୍ଷକ ରାକେଶ ନାୟକ ସଭାରେ ମିଳିତ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।