କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରାଜ କୁଣ୍ଡା, ଜିଲା ମଙ୍ଗଳ ଅଧିକାରିଣୀ ମୁଜିବୁନି ନିଶା, ସିଡ଼ିପିଓ ସୁଷମା ମିଶ୍ରଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଆଜିକୁ ୩ ବର୍ଷ ବିତିଗଲାଣି ହାତୀ ଖୋଜ ଗ୍ରାମରେ ନିର୍ମାଣ ହୋଇଥିବା ମହିମା ଆଶ୍ରମର ବକେୟା ୬ ଲକ୍ଷ ଟଙ୍କା ମିଳିନାହିଁ। ସେହିପରି ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟରେ ଅଭିଯୋଗକାରୀମାନେ ଏହି ଶିବିରରେ ଅଭିଯୋଗ କରିଥିଲେ। ବ୍ଲକର ସମସ୍ତ ଯନ୍ତ୍ରୀ, କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।