୬୨ଟି ମାମଲାର ଶୁଣାଣି କଲେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ : ଖାଲି ଥିବା ସ୍ପେସିଆଲିଷ୍ଟ ଡାକ୍ତର ପଦବୀ ପୂରଣ ପାଇଁ ଦାବିପତ୍ର

ପାଟଣା,୨୩।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ମିଳିତ ଜନ ଅଭିଯୋଗ ଶୁଣାଣି କରି ଥିଲେ। ଏଥିରେ ମୋଟ ୬୨ଟି ଲିଖିତ ଅଭିଯୋଗର ଶୁଣାଣି ହୋଇଥିଲା। ୭ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ହ୍ବିଲ ଚେୟାର ବଣ୍ଟନ କରାଯାଇଥିଲା। ପ୍ରମୁଖ ଅଭିଯୋଗ ଗୁଡ଼ିକ ମଧ୍ୟରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ପେସିଆଲିଷ୍ଟ ଡାକ୍ତର ନିଯୁକ୍ତି, ଅଧା ଥିବା ସ୍ବାମ ମନ୍ଦିର ନିର୍ମାଣ, ଟାଙ୍ଗରପଡ଼ା ରାଜସ୍ବ ନୀରିକ୍ଷକ ଅନ୍ତର୍ଗତ ଅଣ ଜଳ ସେଚିତ ଜମିରେ ଜଳ କର ଉଚ୍ଛେଦ, ରାସନ କାର୍ଡ, ଭିନ୍ନକ୍ଷମ, ବିଧବା, ବାର୍ଦ୍ଧକ୍ୟ ଭତ୍ତା,ଆଦି ଅନ୍ତର୍ଭୁକ୍ତ ଥିଲା। ଜିଲାପାଳ ବିଶାଲ ସିଂ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗୁଡୁ, ଡିଏଫଓ ଧନରାଜ ହନୁମନ୍ତ ଧାମ ଧେର ଅଭିଯୋଗ ଶୁଣାଣି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ,ତହସିଲଦାର ଅଶିନୀ କୁମାର ନାଏକ,ଏସଡିପିଓ ଘଟଗାଁର ବିଜୟ କୃଷ୍ଣ ମହାପାତ୍ର,ରେଞ୍ଜର ବନବିହାରୀ ସର୍ଦ୍ଦାର, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ଶୁଭେନ୍ଦୁ ସାଗର କୁମାର ନାଏକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ସାମାଜିକ ସୁରକ୍ଷା ଅଧିକାରୀ ଅଭୟ କୁମାର ବେହେରା , ଜିପିଡି ଓ ରଶ୍ମି ରେଖା ମହାନ୍ତି,ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏପି ଓ ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏତଦ ବ୍ୟତୀତ ବ୍ଲକ ଓ ଜିଲା ସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏପିଇ ଓ ଦୀପକ ବେହେରା, ଯନ୍ତ୍ରୀ ମନୋଜ ପଣ୍ଡା, ଅଜୟ କୁମାର ଝା,ବି ଏଲ ସି ସସ୍ମିତା ସାହୁ, ଜମାଲ ଉଦ୍ଦିନ ଖାନ,ସଂଘମିତ୍ରା ବାରିକ ପ୍ରମୁଖ ପରିଚାଳନା କରିଥିଲେ।