ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଡିପିଆର ପ୍ରସ୍ତୁତି ପାଇଁ ବିଡିଓଙ୍କୁ ଦେଲେ ପରାମର୍ଶ

ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧବଟେଶ୍ୱର ପୀଠକୁ ସୋମବାର ଜିଲାପାଳ ଭି.କୀର୍ତ୍ତି ଭାସନ ପରିଦର୍ଶନ କରିବା ସହ ଠାକୁର ଦର୍ଶନ କରିଥିଲେ। ଉପଜିଲାପାଳ ଶିବାଶିଷ ବରାଳ, ବିଡିଓ ଅଚ୍ୟୁତାନନ୍ଦ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ ପରେ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, ଶିବରାମ ପଲେଇ, ନିରାକାର ଜେନାଙ୍କ ସହ ଜିଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏଥିସହ ପାର୍କ, ରାସ୍ତାଘାଟ ଉନ୍ନତିକରଣ ଉପରେ ମଧ୍ୟ ଆଲୋଚନା କରିଥିଲେ ଜିଲାପାଳ। ପରେ ବଟେଶ୍ୱର ପୀଠ ନିକଟରେ ଥିବା ବଙ୍ଗୋପସାଗର ବେଳାଭୂମି ବୁଲି ଦେଖିଥିଲେ। ବେଳାଭୂମି କିଭଳି ଡେଭଲେପମେଣ୍ଟ୍‌ ହୋଇ ପାରିବ ତାର ଡିପିଆର ପ୍ରସ୍ତୁତ କରିବା ପାଇଁ ବିଡିଓଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି l ଏଠାକୁ ଆସୁଥିବା ପର୍ଯ୍ୟଟକ କେମିତି ଆକୃଷ୍ଟ ହେବେ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଜିଲାପାଳ କହିଥିଲେ।

Dharitri – Odisha’s No.1 Odia Daily