୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ବହିଷ୍କାର କଲେ ଜିଲାପାଳ

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମର ୪ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଦୁଇରୁ ଅଧିକ ସନ୍ତାନ ଥିବାରୁ ଜିଲାପାଳ ବହିଷ୍କାର କରିଥିବାର ଜଣାପଡ଼ିଛି। ଫଟକାମାଲ ପଞ୍ଚାୟତ ଅଧୀନସ୍ଥ ଲଟକାବାହାଳି ଗ୍ରାମର ବଲିଷ୍ଠ ମାଝୀ, ଫଟକାମାଲ ଗ୍ରାମର ରାଜେନ୍ଦ୍ର ସେଠୀ, ଖୁସିରାମ ଭୋଇ, ଭାନୁମତି ମେହେରଙ୍କ ଦୁଇରୁ ଅଧିକ ସନ୍ତାନ ଥାଇ ମଧ୍ୟ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚିତ ହୋଇଥିଲେ।

ଗ୍ରାମବାସୀ ଏହି ମିଥ୍ୟା ସତ୍ୟପାଠ ଉପରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଏହି ୪ ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ଉପରେ ତଦନ୍ତ କରିଥିଲେ। ଦୁଇରୁ ଅଧିକ ସନ୍ତାନ ଥିବାର ଜାଣି ଜିଲାପାଳ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ ୧୯୬୪ ପ୍ରକାର ଅନୁସାରେ ୪ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ବହିଷ୍କାର କରିବା ପାଇଁ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳଙ୍କ ଚିଠି ନ.୭୪୭/୨୫.୩.୨୫ ଅନୁସାରେ ୪ ଜଣଙ୍କୁ ଫଟକାମାଲ ପଞ୍ଚାୟତରୁ ବହିଷ୍କାର କରିଥିବାର ଜଣାପଡ଼ିଛି।