ଜିଲା ସ୍ତରୀୟ ଖେଳ ଉଦ୍‌ଯାପିତ: ସାନଖେମୁଣ୍ଡି  ଚମ୍ପିୟାନ, ବାଳିକା ବିଭାଗରେ…

ଗଞ୍ଜାମ,୧୮।୧୦(ବିଦ୍ୟାଧର ସାହୁ ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅନୁଷ୍ଠିତ ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟାନସିପ୍‌ ୨୦୨୫ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି । ଏଥିରେ୧୭ ବର୍ଷରୁ କମ ବାଳିକା ବିଭାଗରେ ଚିକିଟି ବ୍ଲକ ଏବଂ ବାଳକ ବିଭାଗରେ ସାନଖେମୁଣ୍ଡି ବ୍ଲକ ଚମ୍ପିୟାନ ହୋଇଥିବl ବେଳେ ୧୪ ବର୍ଷରୁ କମ ବିଭାଗରେ ଉଭୟ ବର୍ଗ (ବାଳିକା /ବାଳକ ) ଚମ୍ପିୟାନ ହୋଇଥିଲା । ସମସ୍ତ ଚମ୍ପିୟାନ ଟିମକୁ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବଡିଓ ଅଚ୍ୟୁତାନନ୍ଦ ଯାନୀ ଓ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଟ୍ରଫି ପ୍ରଦାନ କରିଥିଲେ।
ଆସନ୍ତା ମାସରେ ହେବାକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିନିତା ମିଶ୍ର, ବିଇଓ ପ୍ରଶନ କୁମାର ବେହେରା,ଏବିଇଓ ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪ ବର୍ଷରୁ ୧୭ ବର୍ଷ କମ ବାଳିକା/ବାଳକଙ୍କୁ ନେଇ ୯୫ଟି ଦଳର ୪୮୪ ଛାତ୍ରୀଛାତ୍ର ଏହି ଜଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିପାଇଁ ପାଞ୍ଚଟି ପିଚ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ବ୍ଲକରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଖୋ ଖୋ ଭଳି ପ୍ରତିଯୋଗିତା ଫ୍ରଡ ଲାଇଟ ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପତ୍ର, ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ, ଡିଡିଓ ସୁଚିତ୍ରା ପାଣିଗ୍ରାହୀ, ଭାରତୀ ବିଦ୍ୟlପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ପିଇଟି ସୀତାରାମ ବ୍ୟବର୍ତ୍ତାଙ୍କ ସମେତ ସମସ୍ତ ପିଇଟି, ସିଆରସିସି, ପ୍ରଧାନ ଶିକ୍ଷକ ମାନେ ସହଯୋଗ ପରିଚାଳନା କରୁଛନ୍ତି।

Share