ଗଞ୍ଜାମ,୧୮।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକରେ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଚାଲିଛି। ଜିଲାର ୨୨ ବ୍ଲକର ୯୫ରୁ ଉର୍ଦ୍ଧ୍ୱ ସ୍କୁଲର ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ସହ ପିଇଟି ଶିକ୍ଷକମାନେ ମଧ୍ୟ ଖେଳ ପରିଚାଳନା କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ହେଉଛି କି ଏଠାରେ ଶୌଚାଳୟ ବ୍ୟବସ୍ଥା ଠିକ୍ ନଥିବାରୁ କ୍ରୀଡା ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଜଣେ କ୍ରୀଡା ଶିକ୍ଷକ ବଡ଼ ବଜାର ସ୍ଥିତ ଶୌଚାଳୟକୁ ଯାଇଥିଲେ କିନ୍ତୁ ସେଠାରେ ତାଲା ଝୁଲୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିପାଇଁ ଏନଏସି ପ୍ରଶାସନ ଯତ୍ନବାନ ହେବାର ଆବଶ୍ୟକତା ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସ୍କୁଲ ମଧ୍ୟରେ ଥିବା ଲାର୍ଟିନ ବ୍ୟବହାର ଯୋଗ୍ୟ ନୁହଁ ବୋଲି ଜଣେ ଛାତ୍ରୀ କହିଛନ୍ତି l ଏନଏସି ପ୍ରଶାସନର ପାରିବାପଣିଆ ପଦାରେ ପଡିଲା ବୋଲି ଆଲୋଚନା ହେଉଛି । ଖୋଦ ଏନଏସି ଅଧ୍ୟକ୍ଷା ଉକ୍ତ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅତିଥି ଭାବେ ଉପସ୍ଥିତ ଥିଲେ।