ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ: ପ୍ରଥମଥର ପାଇଁ ହେଲା ଏମିତି…

ଗଞ୍ଜାମ,୧୬।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟନସିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ । ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪ ବର୍ଷରୁ ୧୭ ବର୍ଷ କମ ବାଳିକା/ବାଳକଙ୍କୁ ନେଇ ୯୫ଟି ଦଳର ୪୮୪ ଛାତ୍ରୀଛାତ୍ର ଏହି ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦିନ ୪୨ଟି ଲେଖାଏ ମ୍ୟାଚ ତିନି ଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି ବ୍ଲକରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଖୋ ଖୋ ଭଳି ପ୍ରତିଯୋଗିତା ଫ୍ରଡ ଲାଇଟରେ ଅନୁଷ୍ଠିତ ହେଉଅଛି। ଏହାକୁ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପତ୍ର, ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ ଡିଡିଓ ସୁଚିତ୍ରା ପାଣିଗ୍ରାହୀ, ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ପିଇଟି ସୀତାରାମ ବ୍ୟବର୍ତ୍ତାଙ୍କ ସମେତ ସମସ୍ତ ପିଇଟି, ସିଆରସିସି, ପ୍ରଧାନ ଶିକ୍ଷକ ମାନେ ସହଯୋଗ ପରିଚାଳନା କରୁଛନ୍ତି । ପ୍ରକାଶ ଯୋଗ୍ୟ ଏହି ପ୍ରତିଯୋଗିତା ଗତ ୧୪ ରୁ ୧୬ରେ ହେବାକୁ ଥିଲା କିନ୍ତୁ ବର୍ଷା କାରଣରୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଘୁଞ୍ଚାଇଦିଆ ଯାଇଥିଲା ।

 

Dharitri – The Largest & Most Trusted Odia Daily