Categories: Home Leftଖେଳ

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି ଚେସ୍‌ ଏକାଡେମୀ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଶତାଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି।

ଏଥିରେ ସଫଳ ପ୍ରତିଯୋଗୀଙ୍କୁ ଆସନ୍ତା ଏପ୍ରିଲ ୩୦ରେ ପୁରସ୍କୃତ କରାଯିବ ବୋଲି ଏକାଡେମୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶିବରାମ ନାୟକ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ୨ଦିନ ଧରି ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏସିଆଇ ବ୍ରାଞ୍ଚ ମ୍ୟାନେଜର ସୁମିତ ନାଗ, ସିନିୟର ନ୍ୟାଶନାଲ ଆର୍ବିଟର ରବୀନ୍ଦ୍ର ସାହୁ, ଶିକ୍ଷାବିତ୍‌ ଅରୁଣ ପାଣିଗ୍ରାହୀ, କଳାହାଣ୍ଡି ଚେସ୍‌ ସଂଘ ସଭାପତି ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଚେସ୍‌ ଖେଳ ହେଉଛି ମସ୍ତିଷ୍କର ବ୍ୟାୟାମଶାଳା ବୋଲି ଅତିଥିମାନେ କହିଥିଲେ। ଚେସ୍‌ ଏକାଡେମୀ ଅଧ୍ୟକ୍ଷ ନାୟକ ସଭା ପରିଚାଳନା କରିଥିବାବେଳେ ଏକାଡେମୀର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।