ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ ବୁଧବାର ଦରବାର ହଲ୍‌ ପୁରସ୍କୃତ କରାଯାଇଛି।

ସୂଚନା ଯେ, ଜିଲାରୁ ୩ଟି ପଞ୍ଚାୟତକୁ ଏଥିନିମନ୍ତେ ପୁରସ୍କୃତ କୁକରାଯାଇଛି। ସ୍ବଚ୍ଛ ଭାରତ ମିଶନ ଅଧୀନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆକର୍ଷଣୀୟ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବା ସହ ଏହାର ନିୟମିତ ବ୍ୟବହାର କରି ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର କରି ରଖିବାରେ ତଥା ପଞ୍ଚାୟତ ଅଞ୍ଚଳକୁ ବାହ୍ୟ ମଳମୂତ୍ର ମୁକ୍ତ ଅଞ୍ଚଳ କରିଥିବା ହେତୁ ଜିଲା ସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ କାର୍ଯ୍ୟକ୍ରମରେ ପଲାଣଘାଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଵିଶାଲ ସିଂ ଓ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରମୁଖ ଯୋଗ ଦେଇ ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Dharitri – Odisha’s No.1 Odia Daily

 

Share