୧୦ ଦଫା ଦାବି ନେଇ ଜିଲା କୃଷକ ମହାସଂଘ ପକ୍ଷରୁ ଗଣଧାରଣା

ବଲାଙ୍ଗୀର, ୨୦।୮:( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୃଷକ ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ବୁଧବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ସାର କଳା ବଜାର ବନ୍ଦ, ଧାନ ପଞ୍ଜିକରଣ ସମୟ ବୃଦ୍ଧି, ବଲାଙ୍ଗୀରରେ କୃଷି ବିଶବିଦ୍ୟାଳୟ ପ୍ରତିଷ୍ଠା ସମେତ ୧୦ ଦଫା ଦାବି ପୂରଣ କରିବାକୁ ଦାବି କରିଛନ୍ତି। କୃଷକ ମହାସଂଘ ସଭାପତି ଯତି ପ୍ରଧାନ, ସମ୍ପାଦକ ସୌମେନ୍ଦ୍ର ପରିଚ୍ଛା, ସଂଯୋଜକ ମଧୁସୂଦନ କ୍ଷେତିଙ୍କ ସମେତ ଜିଲାର ବିଭିନ୍ନ ବ୍ଳକରୁ ଆସିଥିବା ଚାଷୀ ପ୍ରତିନିଧି ଯୋଗଦାନ କରିଥିଲେ। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।