କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ। ଏ ନେଇ ଶୁକ୍ରବାର ଭିତ୍ତି ୟପ୍ରସ୍ତର ସ୍ଥାପନ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଜିଲା ଯୋଜନା ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶୁଭକାନ୍ତ ବାରିକଙ୍କ ସମେତ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily