ଜିଲା ପ୍ରଶାସନର ଖାମଖିଆଲ ମନୋଭାବ: ଜିଲାପାଳଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ଦେବଗଡ,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଯେକୌଣସି କାର୍ଯ୍ୟକ୍ରମ ସରିଲା ପରେ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଯଦ୍ୱାରା ଜନସାଧାରଣଠୁ ଆରମ୍ଭ କରି ଛାତ୍ରୀଛାତ୍ରମାନେ ଦେଖି ଜାଣିପାରନ୍ତି ଯେ, ଜିଲାରେ କଣ କଣ କାର୍ଯ୍ୟକ୍ରମ ହେଉଛି। ସୋମବାର ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଜିଲାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଉକ୍ତ ପାଳନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସକାଳେ ପୋଷ୍ଟ ହେଇଥିଲା। କିନ୍ତୁ ପୋଷ୍ଟରେ ବ୍ୟତିକ୍ରମ ଦେଖାଯାଇଛି ରିପବ୍ଲିକ ଡେ’ ବି ଲେଖାଯାଇଛି ଏବଂ ଇଣ୍ଡିପେଣ୍ଡେସ ଡେ’ ମଧ୍ୟ ଲେଖାଯାଇଛି, ଯଦ୍ୱାରା ଜନସାଧାରଣଠୁ ଆରମ୍ଭ କରି ଛାତ୍ରୀଛାତ୍ରମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଏଇଠି କଥା ଉଠୁଛି ଜିଲା ପ୍ରଶାସନ ଯଦି ଏମିତି ଭୁଲ ତଥ୍ୟ କିମ୍ବା ଭୁଲ ପୋଷ୍ଟ କରିବ ସେଥିପାଇଁ ଦାୟୀ କିଏ ରହିବ। ଏପରିକି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ, ଜିଲା ପ୍ରଶାସନ ଏପରି ଖାମଖିଆଲି ଭାବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା କେତେ ଦୂର ଠିକ। ଜିଲାପାଳଙ୍କୁ ସରକାରୀ ନମ୍ବରରେ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପରିକି ମଙ୍ଗଳବାର ଦିନ ଯାଏ ମଧ୍ୟ ବି ସେହି ଭୁଲ ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇ ନାହିଁ, ଏମିତି ଭୁଲ ନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

 

Share