ଗଞ୍ଜାମ,୧୪ା୫(ବିଦ୍ୟାଧର ସାହୁ): ବର୍ତ୍ତମାନ ଲୋକଙ୍କ ମେଡିକାଲ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ହେଲଥ କାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଅବସରରେ ମଲାଡ଼ ପଞ୍ଚାୟତ ସରପଞ୍ଚ ମମତା ବେହେରା ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିବା ସହ ବିଭିନ୍ନ ଗାଁକୁ ଯାଇ ଘର ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିଲେ। ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରାଙ୍କ ସମେତ ଅନ୍ୟାନ୍ୟ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।