ଯାଜପୁର,୨୦।୧: ନୂଆବର୍ଷର ଆରମ୍ଭରେ ବିଭିନ୍ନ ଆଡ଼େ ଜମୁଛି ଭୋଜିଭାତ ମଜାମସ୍ତିର ଆସର। କିନ୍ତୁ ଏହାରି ମଧ୍ୟରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଛି । ଜୟ ମହାକାଳ ଫାଉଣ୍ଡେସନ ଓଡ଼ିଶା ତରଫରୁ ଅସହାୟ ଲୋକଙ୍କୁ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଯାଜପୁର ଜିଲାର ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନ ନିକଟ ଚୂନଭାଟି ଠାରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଛି। ତେବେ ଫାଉଣ୍ଡେସନର ସଦସ୍ୟ ମାନେ ଚୂନ ଭାଟି ବସ୍ତି ଅଞ୍ଚଳକୁ ଯାଇ ଫାଉଣ୍ଡେସନ ତରଫରୁ ସଂଗ୍ରହ କରାଯାଇଥିବା ନୂଆ, ପୁରୁଣା ସଫା ପୋଷାକ, ଶୀତ ବସ୍ତ୍ର ଆଦି ବସ୍ତି ବାସିନ୍ଦାଙ୍କୁ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ସଭାପତି ମନୋଜ କୁମାର ଦାସଙ୍କ ସମେତ ସରୋଜ କୁମାର ପ୍ରଧାନ,ପ୍ରଦୀପ କୁମାର ଯେନା,ଚିନ୍ମୟ କୁମାର ଦାସ,
ତନ୍ମୟ କୁମାର ଦାସ, ତପନ କୁମାର ଯେନା,ତ୍ରିଲୋଚନ ଯେନା,ସ୍ମୃତିମୟୀ ବେହେରା,ପ୍ରାର୍ଥନା ଦାସ ଆଦି ଯୋଗ ଦେଇଥିଲେ। ତେବେ ବସ୍ତି ବାସିନ୍ଦା ମାନେ ଖୁବ ଖୁସି ହେବା ସହ ଫାଉଣ୍ଡେସନର ମଙ୍ଗଳ କାମନା କରିଛନ୍ତି । ବହୁ ଲୋକଙ୍କ ମୁହଁରେ ହସ ଫୁଟାଇ ଥିବାରୁ ଫାଉଣ୍ଡେସନର ସଦସ୍ୟ ମାନେ ମଧ୍ୟ ଖୁବ ଖୁସି ହୋଇଥିବା ମତବ୍ୟକ୍ତ କରିଛନ୍ତି। ସମାଜର ମଙ୍ଗଳ ପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରିବାର ଅଛି ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି ।