Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା। ଏହି ଲଢ଼ୁଆ ବିମାନଗୁଡ଼ିକ ଆକାଶ ସୀମାରୁ ବାହାରକୁ ଯିବା ପାଇଁ ଫ୍ଲେୟାର ବ୍ୟବହାର କରିଥିଲେ।

Airspace Breach:ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପ ମାର୍‌-ଏ-ଲାଗୋ ରିସର୍ଟ ପରିଦର୍ଶନ କରିଥିବା ସମୟରେ, ତାଙ୍କ ଗସ୍ତ ସମୟରେ ସହର ଉପରେ ୩ଟି ଯୁଦ୍ଧ ବିମାନ ତିନିଥର ଆକାଶ ସୀମା ଉଲ୍ଲଂଘନ କରିଥିଲା। ଫେବୃଆରୀ 15 ରେ ଦୁଇଟି ଏବଂ ଫେବୃଆରୀ 17 ରେ ରାଷ୍ଟ୍ରପତି ଦିବସରେ ଗୋଟିଏ ଉଲ୍ଲଂଘନ ହୋଇଥିଲା।

Airspace Breach: ସୂଚନାଥାଉ କି,ଫ୍ଲୋରିଡାର ପାମ ବିଚ ଉପରେ ସକାଳ ୧୧:୦୫, ଅପରାହ୍ନ ୧୨:୧୦ ଏବଂ ମଧ୍ୟାହ୍ନ ୧୨:୫୦ ସମୟରେ ବାୟୁସୀମା ଉଲ୍ଲଂଘନ ହୋଇଥିଲା। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ରିସର୍ଟ ଏଠାରେ ଅବସ୍ଥିତ। ଡେଲି ମେଲ ରିପୋର୍ଟ ଅନୁଯାୟୀ, ତିନୋଟି ବିମାନ ବେସାମରିକ ବିମାନ ଥିଲା। ଗୋଟିଏ ପରେ ଗୋଟିଏ ବିମାନ ଅତିକ୍ରମ କରିବା ପରେ, ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ (NORAD)କୁ ଆକାଶ ସୀମାରେ F-16 ଲଢ଼ୁଆ ବିମାନ ମୁତୟନ କରିବାକୁ ପଡିଲା।

ରିପୋର୍ଟରୁ ଜଣାପଡିଛି ଯେ ଲଢ଼ୁଆ ବିମାନଗୁଡ଼ିକ କାହିଁକି ପାମ ବିଚ ଆକାଶମାର୍ଗରେ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଥାପି, ଏହା ଏକ ସାଧାରଣ ଘଟଣା ହୋଇପାରେ କାରଣ ଗତ କିଛି ସପ୍ତାହ ମଧ୍ୟରେ ଏପରି ଅନ୍ୟ ଘଟଣା ଘଟିଛି।

କାହିଁକି ଫ୍ଲେୟାର ବ୍ୟବହାର କରିବେ?
ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ (NORAD) ଅନୁଯାୟୀ, ଏପରି ବାୟୁସୀମା ଉଲ୍ଲଂଘନରେ ଫ୍ଲେୟାର ବ୍ୟବହାର କରାଯାଏ କାରଣ ସେଗୁଡ଼ିକ ଭୂମିରେ ଥିବା ଲୋକଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ। ଏଗୁଡ଼ିକ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଜଳିଯାଏ ଏବଂ ଆପତ୍ତିକାରୀ ପାଇଲଟଙ୍କୁ ଆକାଶ ସୀମା ଛାଡି ଯିବାକୁ ସଙ୍କେତ ଦିଏ।