ଆଇପିଏଲ୍‌ ଉଦ୍‌ଘାଟନୀର ମୁଖ୍ୟ ଆକର୍ଷଣ ଦୀଶା-ଶ୍ରେୟା

କୋଲକାତା,୨୨/୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୮ତମ ସଂସ୍କରଣ ଏକ ବଡ଼ ଉଦ୍‌ଘାଟନୀ ଉତ୍ସବ ସହିତ ଆଜି ଆରମ୍ଭ ହେବାକୁ ଯାଉଛି। ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ୩୫ ମିନିଟ ଧରି ଚାଲିବ। ଏ ସମ୍ପର୍କରେ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ (ସିଏବି) ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ଉଦ୍‌ଘାଟନୀ ଉତ୍ସବ ଲାଗି ବିସିସିଆଇ ପକ୍ଷରୁ ୩୫ ମିନିଟ୍‌ ସମୟ ଦିଆଯାଇଛି। ଏଣୁ ଏହି ସମୟ ମଧ୍ୟରେ ପୂରା କାର୍ଯ୍ୟକ୍ରମ ଶେଷ କରିବାକୁ ପଡ଼ିବ। ଟସ୍‌ ପଡ଼ିବାର ୧ ଘଣ୍ଟା ପୂର୍ବରୁ ତଥା ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଏଥିରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ, ଗାୟକ ଶ୍ରେୟା ଘୋଷାଲ ଓ ଅନ୍ତର୍ଜାତୀୟ ର଼୍ୟାପର କରନ ଆଉଜଲା ପ୍ରଦର୍ଶନ କରିବେ।