ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡସ୍ଥିତ ସିପିଆଇ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଶ୍ରମିକ ସଙ୍ଗଠନ ସିଆଇଟିୟୁର ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା କୈଳାସ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ଆଇନଜୀବୀ ପି.ଶିବଶଙ୍କର, ରବି ସେଠୀ, କିଶୋର ବେହେରା, ନରସିଂହ ଦାସ, ଭଗବାନ ପଟ୍ଟନାୟକ, ଜଗନ୍ନାଥ ପାଳ, ଆର୍‌.ପୂର୍ଣ୍ଣଚନ୍ଦ୍ର, ଏନ୍‌. ଶୁକ୍ରୁ,କେ.କୃଷ୍ଣ ପ୍ରମୁଖ ବିଭିନ୍ନ ଶ୍ରମିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ମେ ୧ ପୂର୍ବାହ୍ନ ୯ ଟାରେ ସ୍ଥାନୀୟ ବଜାର ଗାନ୍ଧୀଛକଠାରେ ଲାଲ ପତାକା ଉତ୍ତୋଳନ କରାଯିବା ସହ ସାଧାରଣ ସଭାର ଆୟୋଜନ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।