TOPSHOT - Ukrainian soldiers and rescue officers search for bodies in the debris at the military school hit by Russian rockets the day before, in Mykolaiv, southern Ukraine, on March 19, 2022. - Ukrainian media reported that Russian forces had carried out a large-scale air strike on Mykolaiv, killing at least 40 Ukrainian soldiers at their brigade headquarters. (Photo by BULENT KILIC / AFP) (Photo by BULENT KILIC/AFP via Getty Images)
କ୍ୱିଭ୍,୨୮ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ଏବେବି ପୂର୍ବଭଳି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଏବେ ପର୍ଯ୍ୟନ୍ତ ୪୬ହଜାର ୮୦ ସେକେଣ୍ଡ, ୭୬୮ ଘଣ୍ଟା ଓ ୩୨ ଦିନ ହୋଇଗଲାଣି । ଇତିମଧ୍ୟରେ ସାରା ବିଶ୍ୱର ରାଜନେତା ଓ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି କି ସତରେ କ’ଣ ଏବେ ୟ୍ରୁକ୍ରେନ୍ ରୁଷିଆ ସାମ୍ନାରେ ଆତ୍ମସମର୍ପଣ କରିବ । ସୋମବାର ଉଭୟ ଦେଶ ମଧ୍ୟରେ ହେବାକୁ ଥିବା କଥାବାର୍ତ୍ତା ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନାଯୋଗ୍ୟ, ତୁର୍କିର ଇସ୍ତାନବୁଲରେ ଦୁଇ ଦେଶର ପ୍ରତିନିଧି ସୋମବାର ସାମ୍ନା ସାମ୍ନି ବସି କଥା ହେବେ । ହେଲେ ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପି ଭୋଲୋଡେମିର ଜେଲେନ୍ସ୍କି ସଫାସଫ କହିଛନ୍ତି କି ପୁଟିନଙ୍କ ଅଯୌକ୍ତିକ ଦାବି ଆଗରେ ସେ ମୁଣ୍ଡ ନୁଆଇଁବେ ନାହିଁ । ଦୁଇ ଦେଶ ମଧ୍ୟରେ ହେବାକୁ ଯାଇଥିବା ପ୍ରତିନିଧି ସ୍ତରର କଥାବାର୍ତ୍ତା ପୂର୍ବରୁ ଜେଲେନ୍ସ୍କି କହିଛନ୍ତି ରୁଷିଆ ଯଦି ସୈନ୍ୟ ଅପସାରଣ କଥା ଉଠାଏ ତେବେ ଆମେ ଆଲୋଚନା ଟେବୁଲରେ ବସିବୁ ନାହିଁ । କାରଣ ଏହା ଆମ ବୁଝିବା ବାହାରେ ।