ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ ସୂରୁପ ଏହି ଗ୍ରାଉଣ୍ଡକୁ କୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଇଛି। ଏହି ପିଚ୍ ମାତ୍ରାଧିକ ବୋଲରମାନଙ୍କୁ ସୁହାଇଛି ବୋଲି ମ୍ୟାଚ ରେଫରି ଜେଫ କ୍ରୋ ତାଙ୍କ ଆସେସମେଣ୍ଟ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ସମସ୍ତ ୨୦ଟି ଉଇକେଟର ପତନ ଘଟିଥିଲା। ମ୍ୟାଚ ଦୁଇ ଦିନରେ ଶେଷ ହୋଇଥିବା ବେଳେ ଏଥିରେ ଇଂଳଣ୍ଡ ୪ଉଇକେଟରେ ବିଜୟ ଲାଭ କରିଥିଲା। ଯଦି କୌଣସି ଭେନ୍ୟୁକୁ ୬ ଡିମେରିଟ୍ ପଏଣ୍ଟ ମିଳେ ତେବେ ଏହାକୁ ୧୨ମାସ ବାସନ୍ଦ ଦଣ୍ଡଠର ସମ୍ମୁଖୀନ ହେବାକୁ ପଡ଼ିବ।
କ୍ରୋ’ ତାଙ୍କର ଏକ ବିବୃତିରେ କହିଛନ୍ତି ଯେ, ଏମ୍ସିଜି ପିଚ୍ ବୋଲର ମାନଙ୍କୁ ଖବ୍ ସୁହାଇଥିଲା। ପ୍ରଥମ ଦିବସରେ ୨୦ ଏବଂ ଦ୍ୱିତୀୟ ଦିବସରେ ୧୬ ଉଇକେଟ ପତନ ଘଟିଥିଲା। ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ଗାଇଡ୍ଲାଇନ୍ ଅନୁସାରେ ପିଚ୍ର ଲକ୍ଷଣ ସନ୍ତୋଷଜନକ ନ ଥିଲା ଫଳତଃ ଭେନ୍ୟୁକୁ ଗୋଟିଏ ଡିମେମେରିଟ୍ ପଏଣ୍ଟ ପ୍ରଦାନ କରାଯାଇଛି।