କନଷ୍ଟେବଳରୁ ସିଧା ଡିଏସ୍‌ପି ହେଲେ ମହିଳା…

ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର ପିଉଥିବା ଶିଶୁ କନ୍ୟାଙ୍କୁ କୋଳରେ ଧରି ସ୍ତ୍ରୀର ଭୂମିକା ଉତ୍ତମଭାବେ ତୁଲାଇ କନଷ୍ଟେବଳରୁ ସିଧା ଡିଏସ୍‌ପି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ଶବ୍ଦର ପ୍ରଶଂସା କରିବାକୁ କମ। ଏକା ସାଙ୍ଗରେ ଅନେକ ଦାୟିତ୍ୱ ତୁଲାଉଥିବାବେଳେ ସେ ବିହାର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ସେ ଜଣେ ଡିଏସପି ହୋଇଛନ୍ତି।

ବିହାରର ଗୟା ଜିଲାର ବବୁଲି କୁମାରୀ ଏହି ସ୍ଥିତିରେ ପହଞ୍ଚିବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରିଥିଲେ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା। ପିତାଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ସେ ବଡ଼ ହୋଇଥିବାରୁ ଘରର ଆବଶ୍ୟକତା ପୂରଣ ପାଇଁ ତାଙ୍କୁ ଶୀଘ୍ର ଚାକିରି ଦରକାର ଥିଲା । ଉଚ୍ଚ ସ୍ବପ୍ନ ଦେଖିବା ସତ୍ତ୍ୱେ ୨୦୧୫ରେ ସେ ଜଣେ ବିହାର ପୋଲିସର ଜଣେ କନଷ୍ଟେବଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ପରେ ବବଲି କୁମାରୀ ବିବାହ କରିଥିଲେ। ସେ ବିହାର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ଜାରି ରଖିଥିଲେ ଏବଂ ତୃତୀୟ ପ୍ରୟାସରେ ସଫଳ ହୋଇଥିଲେ। ଏହି ଅବସ୍ଥାରେ ପହଞ୍ଚିବା ପାଇଁ ସେ ତାଙ୍କ ପରିବାର ଏବଂ ସ୍ବାମୀଙ୍କ ଠାରୁ ବହୁ ସମର୍ଥନ ପାଇଥିଲେ ।

ଜଣେ ମହିଳା କନଷ୍ଟେବଳ ଭାବରେ ଡ୍ୟୁଟି କରୁଥିବାବେଳେ ବାବଲି ପୂର୍ବରୁ ଦୁଇଥର ବିପିଏସସି ପ୍ରାଥମିକ ପରୀକ୍ଷା କ୍ଲିୟର କରିଥିଲେ। କିନ୍ତୁ ମେନ୍‌ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ପାରି ନଥିଲେ। ସେ ଅନୁଭବ କରିଥିଲେ ଯେ ଏଥିପାଇଁ ଅଧିକ ସମୟ ଓ ପରିଶ୍ରମ କରିବାକୁ ପଡ଼ିବ। ଏହା ପରେ ସେ କିଛି ଦିନ ଛୁଟି ନେଇ ପାଟନାରେ ପାଇଁ ପ୍ରସ୍ତୁତ ହୋଇଥିଲେ।

ବିହାର ପୋଲିସରେ କନଷ୍ଟେବଳ ଭାବରେ ବବଲି କୁମାରୀଙ୍କ ପ୍ରଥମ ପୋଷ୍ଟିଂ ଖାଗରିଆ ଜିଲାରେ କରାଯାଇଥିଲା। ସେ ବିପିଏସସିରେ ବିହାର ପୋଲିସ ସେବା ପାଇଁ ମନୋନୀତ ହେବା ବେଳକୁ ସେ ବେଗୁସରାଇ ଜିଊାରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସେ ଡିଏସପିସ୍ତରୀୟ ତାଲିମ ପାଇଁ ଯାଉଛନ୍ତି। ତାଙ୍କର ବିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବେଗୁସରାଇ ଏସପି ଏବଂ ଆଇପିଏସ ଅଧିକାରୀ ଯୋଗେନ୍ଦ୍ର କୁମାର ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ସମ୍ମାନିତ କରିଛନ୍ତି।