Categories: Home Leftଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କାର୍ତ୍ତିକ

ରାଜକୋଟ,୧୮।୬: ଦୀନେଶ କାର୍ତ୍ତିକ ଶୁକ୍ରବାର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବୟୋଜ୍ୟେଷ୍ଠ ଭାରତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଭଙ୍ଗ କରିଛନ୍ତି। ୩୭ ବର୍ଷୀୟ ଭାରତୀୟ ଉଇକେଟକିପର ବ୍ୟାଟର ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ରେ ୨୭ ବଲରେ ୫୫ ରନ୍‌ର ଇନିଂସ ଖେଳିଥିଲେ। ଏହା ଥିଲା ତାଙ୍କ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ। ୩୭ ବର୍ଷ ୧୬ ଦିନ ବୟସ୍କ କାର୍ତ୍ତିକ ଏବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିବାରେ ବୟୋଜ୍ୟେଷ୍ଠ ଭାରତୀୟ ବ୍ୟାଟର। ଅନ୍ୟପକ୍ଷରେ ଧୋନୀ ୩୬ ବର୍ଷ ୨୨୯ ଦିନରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାହା ପୁଣି ସମାନ ଦଳ ବିପକ୍ଷରେ। ତୃତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଶିଖର ଧାଓ୍ବନ ୨୦୨୦ରେ ଏହି ମାଇଲଷ୍ଟୋନକୁ ୩୫ ବର୍ଷ, ୧ ଦିନରେ ସ୍ପର୍ଶ କରିଥିଲେ।