ଦିଗପାଳ ନାଗ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲା ସଭାପତି

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ଯୁବନେତା ଦିଗପାଳ ନାଗ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଗୁରୁବାର ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଘୋଷଣା କରିଛନ୍ତି। ବୋଡେନ ବ୍ଲକ କିରେକେଲା ଗାଁର ଦିଗପାଳ ଜଣେ ଲୋକପ୍ରିୟ ନେତା ଭାବେ ଜିଲାରେ ଜଣାଶୁଣା। ସେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡ଼ିତ ହୋଇ ସେବା କରିଆସୁଛନ୍ତି। ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ସେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ରାଜ୍ୟ ସଭାପତି ଯାଦବ, ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଯାଦବ ଏବଂ ବେଣୁଧର ଗହୀରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Share