ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। (ଜି.ଆର. କେସ ନଂ.୨୩୬/୨୩) ଅନୁଯାୟୀ  ହତ୍ୟା ଉଦ୍ୟମ ମାମଲାରେ ସେ ଅଭିଯୁକ୍ତ ଅଛନ୍ତି। ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯାଇଥିଲା।

କୋର୍ଟ ପକ୍ଷରୁ ବାରମ୍ବାର ସମନ କରାଯିବା ସତ୍ତ୍ବେ ସେ କୋର୍ଟ ରେ ହାଜର  ହେଉନଥିବାରୁ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । ସେହିପରି ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ରୋଡ଼ର କାଠ ବ୍ୟବସାୟୀ ଶାନ୍ତନୁ ଶତପଥିଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଡି. ସିମାଞ୍ଚଳ ଦୋରା ଙ୍କୁ  ପୋଲିସ ୱାରେଣ୍ଟ ବଳ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

(ଜି.ଆର କେସ ନଂ.୨୪୪/୨୧) ଅନୁଯାୟୀ ତାଙ୍କ ନାଁ ରେ କୋର୍ଟ ପକ୍ଷରୁ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ସେହିଭଳି ରାଜପୁର ଗ୍ରାମର ସାଗର ସ୍ବାଇଁଙ୍କୁ ଏକ ଚୋରି ମାମଲା (ଜି.ଆର କେସ ନଂ.୩୨/୨୨) ଅନୁଯାୟୀ କୋର୍ଟ ୱାରେଣ୍ଟ ବଳରେ ଗିରଫ କରାଯାଇ ଦିଗପହଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।

 

Dharitri – Odisha’s No.1 Odia Daily

Share