ମାଟି ଖୋଳୁଖୋଳୁୁ ଜେସିବ୍‌ ମେଶିନ୍‌ ଉପରକୁ ଚାଲି ଆସିଲା ଭୟଙ୍କର ସାପ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଜେସିବି ମେଶିନ୍‌ ସାହାଯ୍ୟରେ ମାଟି ଖୋଳୁଖୋଳୁୁ ହଠାତ ଏକ ବଡ ଅଜଗର ସାପ ମେଶିନ ଆଗରେ ଚଢ଼ି ଉପରକୁ ଉଠିବାକୁ ଚେଷ୍ଟା କରୁଛି। ଭିଡିଓକୁ ଦେଖିଲେ ଖୁଭ ଭୟ ଲାଗୁଛି। ଏହାକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟ୍‌ରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share