ପ୍ରଦୂଷଣର ଭିନ୍ନ ଦିଗ

ମାନେକା ଗାନ୍ଧୀ

ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଶିଳ୍ପଗୁଡ଼ିକର କ’ଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରି ସେଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଓ ହ୍ବାଇଟ ବର୍ଗରେ ବିଭକ୍ତ କରାଯାଇଛି। କଂସେଇଖାନା,ମାରାମତ୍କ ରାସାୟନିକ ଶିଳ୍ପ ଏବଂ ବାଣ ଆଦି ଅତି ପ୍ରଦୂଷଣକାରୀ ଶିଳ୍ପକୁ ରେଡ୍‌ ବର୍ଗରେ ରଖାଯାଇଛି। ରେଡ୍‌ ଓ ଅରେଞ୍ଜ ବର୍ଗର ଶିଳ୍ପଗୁଡ଼ିକୁ ସଞ୍ଚାଳନ ଏବଂ ବର୍ଜ୍ୟ ନିଷ୍କାସନ ପାଇଁ ରହିଥିବା ସର୍ବନିମ୍ନ ମାନକକୁ ଦୃଢ ଭାବେ ପାଳନ କରିବା ଦରକାର। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିରୀକ୍ଷଣ କରିବା ପରେ ଏହି ସବୁ ଶିଳ୍ପ ପ୍ରତିଷ୍ଠା କରିବା ତଥା ଚଳାଇବା ଲାଗି ଅନୁମତି ବା ଲାଇସେନ୍ସ ଦେଇଥାଏ। ଏଗୁଡିକୁ ନିୟମିତ ଭାବେ ନବୀକରଣ କରାଯାଇଥାଏ। ନୀତିନିୟମରେ କିଛି ଉଲ୍ଲଂଘନ ହେଲେ ପରିବେଶଗତ କ୍ଷତିପୂରଣ ବାବଦକୁ ସେମାନଙ୍କ ଉପରେ ମୋଟାଅଙ୍କର ଜରିମାନା ଲଗାଯାଏ।
ରେଡ୍‌ ବର୍ଗ ତଳେ ଥିବା ପ୍ରତ୍ୟେକ ବର୍ଗର ଶିଳ୍ପଗୁଡ଼ିକର ସଞ୍ଚାଳନ ପ୍ରକ୍ରିୟା ସହଜ। ଅନେକ କ୍ଷେତ୍ରରେ କୌଣସି ମାନଦଣ୍ଡ ପ୍ରାୟତଃ ନ ଥାଏ। ପ୍ରାଣୀପାଳନ ବିଭାଗର ନିରୀକ୍ଷଣ ପ୍ରକ୍ରିୟା କହିବାକୁ ଗଲେ ଶୂନ। ପ୍ରତ୍ୟେକ ଘଟଣାରେ କ’ଣ କରିବାକୁ ହେବ ତାହା ନିରୀକ୍ଷକମାନେ ଜାଣିପାରନ୍ତି ନାହିଁ। ସେମାନେ ଆଇନ ସମ୍ପର୍କରେ ଅଜ୍ଞ। ଯଦିଓ ସେମାନେ କୁକୁଡ଼ା କିମ୍ବା ଡାଇରୀ ଫାର୍ମକୁ ଯାଆନ୍ତି ସେଠାରେ କ’ଣ କରିବାକୁ ହେବ ତାଙ୍କର କିଛି ଧାରଣା ନ ଥାଏ। ପରିବେଶ ନଷ୍ଟ ନ କରି ପ୍ରାଣୀମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପ୍ରାଣୀପାଳନ ବିଭାଗର ନିର୍ଦ୍ଦେଶ ରହିଛି। ଗୋଟିଏ କୁକୁଡ଼ା କିମ୍ବା ଡାଇରୀ(ଗୋରୁ) ଫାର୍ମ ଯେଉଁଠି ନିର୍ମାଣ କରିବାକୁ ଚାହିଁଲେ ମଧ୍ୟ ଅନୁମତି ନେବା ଲୋଡ଼ା ପଡେନି। ଡାଇରୀ କେବଳ ମ୍ୟୁନିସିପାଲ କର୍ପୋରେଶନ ଆଇନର ଅନ୍ତର୍ଭୁକ୍ତ । କିନ୍ତୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପରିବେଶଗତ କ୍ଷତିପୂରଣ ବାବଦରେ ଫାର୍ମ ଉପରେ ଜରିମାନା କରିବାର କ୍ଷମତା ଏହାର ନାହିଁ। ଫଳରେ ଏହି ଦୁଇ ଶିଳ୍ପ ଯୋଗୁ ମାଟି ଓ ପାଣି ଅତ୍ୟଧିକ ପ୍ରଦୂଷିତ ହେଉଛି। କୁକୁଡା ମଳରେ ଥିବା ଜୀବାଣୁ ସ୍ବାସ୍ଥ୍ୟ ତଥା ପରିବେଶକୁ କ୍ଷତିକରୁଛି। ଫାର୍ମର ପ୍ରଦୂଷିତ ପରିବେଶରେ କୁକୁଡାଙ୍କୁ ବଞ୍ଚାଇ ରଖିବା ଲାଗି ମାଲିକମାନେ ନିୟମିତ ଆଣ୍ଟିବାୟୋଟିକ୍ସ ଉପଯୋଗ କରନ୍ତି। ଡାଇରୀ ଫାର୍ମଗୁଡ଼ିକରେ ମଧ୍ୟ ବେଆଇନ ଭାବେ ଆଣ୍ଟିବାୟୋଟିକ୍ସ,ହର୍ମୋନ ଓ ପ୍ରଚୁର ପାଣି ବ୍ୟବହାର କରାଯାଏ। ଫଳରେ ଆଖପାଖର ମାଟି ଓ ପାଣିରେ ଆଣ୍ଟିବାୟୋଟିକ୍ସ ଓ ହର୍ମୋନ ମାତ୍ରା ବୃଦ୍ଧିହୁଏ। ମାଟିରୁ ଉପତ୍ାଦିତ ଖାଦ୍ୟଶସ୍ୟ ଖାଇବା ଓ ପାଣି ପିଇବା ଦ୍ୱାରା ଶରୀର ଓ୍ୟଷଧ ପ୍ରତିରୋଧୀ ହୋଇଯାଏ। ହର୍ମୋନ ଅସନ୍ତୁଳନ ହୋଇ କ୍ୟାନ୍‌ସର ଆଡକୁ ଗତିକରେ। ଏହି ଦୁଇ ଶ୍ରେଣୀର ଶିଳ୍ପଗୁଡ଼ିକରୁ ପ୍ରଚୁର ମିଥେନ୍‌ ଗ୍ୟାସ ନିର୍ଗତ ହୋଇ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି କରେ। ଲକ୍ଷ ଲକ୍ଷ ସଂଖ୍ୟାରେ ମାଛି ଓ ଫାର୍ମର ଦୁର୍ଗନ୍ଧ ଯୋଗୁ ଆଖପାଖରେ ରହିବା କଷ୍ଟକର ହୋଇପଡ଼େ। ମୃତ ଶରୀରକୁ ନିଷ୍କାସନ କରିବାର କୌଣସି ବ୍ୟବସ୍ଥା ନ ଥାଏ। ଏଣୁ ସେମାନଙ୍କୁ ସାଧାରଣତଃ ନିକଟରେ ଥିବା ନଦୀ ନାଳ ପୋଖରୀ କିମ୍ବା ସର୍ବସାଧାରଣ ଜମିରେ ଫିଙ୍ଗି ଦିଆଯାଏ। ଖାସ୍‌କରି ଇଣ୍ଡଷ୍ଟ୍ରିଆଲ ଆନିମଲ ରିୟରିଂ ସେକ୍ଟର ପ୍ରାଣୀମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ବପଦ ସୃଷ୍ଟି କରୁଥିବା ତଥା ଫାର୍ମରେ କାର୍ଯ୍ୟରତ ଏବଂ ଆଖପାଖରେ ରହୁଥିତ୍ବା ଲୋକମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା ଅନିୟନ୍ତ୍ରିତ ପ୍ରଦୂଷିତ ପରିବେଶ ପ୍ରତି ଦୃଷ୍ଟି ଦେଉନାହିଁ।
ଏହି ଶିଳ୍ପଗୁଡ଼ିକ ଅତ୍ୟଧିକ କ୍ଷତିକାରକ ଓ ଏମାନଙ୍କୁ ରେଡ୍‌ କିମ୍ବା ଅରେଞ୍ଜ ବର୍ଗରେ ରଖାଯିବା ଉଚିତ। କିନ୍ତୁ କୁକୁଡା ଶିଳ୍ପକୁ ଗ୍ରୀନ୍‌ ଓ ଡାଇରୀ ଶିଳ୍ପକୁ ତା’ ଆକାର ଅନୁସାରେ ଅରେଞ୍ଜ କିମ୍ବା ଗ୍ରୀନ ବର୍ଗରେ ରଖାଗଲା। ଉଭୟ ଗ୍ରୀନ ଏବଂ ହ୍ବାଇଟ ବର୍ଗରେ ଥିବା ଶିଳ୍ପଗୁଡ଼ିକ ପାଇଁ ପ୍ରାୟତଃ ନିୟମ ନାହିଁ କହିଲେ ଚଳେ । ଏହା ଉପରେ କିଛି ବି ଯାଞ୍ଚ କରାଯାଉନାହିଁ। ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସବୁ ନିୟମ ଛାଡ କରି ୧ ଲକ୍ଷ ପର୍ଯ୍ୟନ୍ତ କୁକୁଡା ରଖିବା ଲାଗି ଅନୁମତି ଦେଇଛି। ଏପରି ଯେଉଁ ଫାର୍ମରେ ୧ ଲକ୍ଷ କୁକୁଡାରୁ ଅଧିକ ଥିଲେ ତାହାକୁ ଗ୍ରୀନଶିଳ୍ପ ଭାବେ ଶ୍ରେଣୀଭୁକ୍ତ କରାଗଲା। ପିପୁଲ ଫର୍‌ ଆନିମଲ୍‌ର ସଦସ୍ୟ ଗୌରୀ ମାଉଲେଖିତ୍ ଏବଂ ଆଡ୍‌ଭୋକେଟ ଏନ୍‌.ଜି.ଜୟସୀମା ଶିଳ୍ପର ବର୍ଗୀକରଣକୁ ବିରୋଧ କରି ଦି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଚ୍ୟାଲେଞ୍ଜ କରିଥିଲେ। ସେମାନେ ଯୁକ୍ତି ବାଢିଥିଲେ ଯେ, କୁକୁଡା ଏବଂ ଡାଇରୀ ଫାର୍ମଗୁଡ଼ିକରେ ପ୍ରାଣୀ ଓ କୁକୁଡାଙ୍କୁ କମ୍‌ ଜାଗାରେ ଅଧିକ ସଂଖ୍ୟାରେ ରଖାଯାଉଛି। ବାସ୍ତବରେ ଏହା ପରିବେଶ ଓ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଦୁର୍ଭାଗ୍ୟବଶତଃ ଏହି ଶିଳ୍ପଗୁଡ଼ିକୁ ସଞ୍ଚାଳନ କରିବା ଲାଗି ଦେଶରେ କୌଣସି ଆଇନ ନ ଥିଲା କି ଏବେ ବି ନାହିଁ, ଯେଉଁଥି ପାଇଁ ସେମାନେ ଫାର୍ମ ନାଁରେ ଖସିଯାଉଛନ୍ତି। ସବୁ ଡାଇରୀ ଫାର୍ମକୁ ଶୀଘ୍ର ଅରେଞ୍ଜ କରିବାକୁ ଏବଂ କୁକୁଡା ଫାର୍ମଗୁଡିକୁ ଗ୍ରୀନ ବର୍ଗରେ ନ ରଖିବା ଲାଗି ସେପ୍ଟେମ୍ବର ୨୦୨୦ରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ।
ଜାନୁୟାରୀରେ ଏନ୍‌ଜିଟି କୁକଡ଼ାପାଳନ ଶିଳ୍ପ ଅରେଞ୍ଜ କି ରେଡ୍‌ ହେବ ତାହା ସ୍ଥିର କରିବେ। ଏଥିରୁ ବୁଝାପଡୁଛି ଯେ, କୁକୁଡା ଏବଂ ଡାଇରୀ ଫାର୍ମ କରିବା ଲାଗି ଏବେ ପରିବେଶ ସୁରକ୍ଷା ଆଇନ ୧୯୮୬, ଜଳ (ପ୍ରଦୂଷଣ ନିବାରଣ ତଥା ନିୟନ୍ତ୍ରଣ) ଆଇନ ୧୯୭୪ ଏବଂ ବାୟୁ (ପ୍ରଦୂଷଣ ନିବାରଣ ତଥା ନିୟନ୍ତ୍ରଣ) ଆଇନ ୧୯୮୧ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେବାକୁ ପଡିବ। ଯେଉଁଠାରେ ଅଣ୍ଡା,ମାଂସ କିମ୍ବା କ୍ଷୀରର ବ୍ୟବସାୟିକ ଉତ୍ପାଦନ ପାଇଁ ୫,୦୦୦ରୁ ଊର୍ଦ୍ଧ୍ୱ କୁକୁଡା କିମ୍ବା ଗୋରୁ ରଖାଯିବ ସେଠାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ବନିମ୍ନ ମାନକ ପାଳନ କରିବାକୁ ପଡିବ । ପ୍ରଥମଥର ପାଇଁ ଏଭଳି ନିୟମ କରିବାକୁ ହେବ। ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ରିପୋର୍ଟରୁ ଜଣାପଡିଛି ଯେ,ଗୋଜାତୀୟ ଉତ୍ପାଦନ ଯୋଗୁ ବିଶ୍ୱତାପମାତ୍ର ବୃଦ୍ଧି, ମାଟିର ମାନ ହ୍ରାସ, ଜଳ ଓ ବାୟୁ ପ୍ରଦୂଷଣ, ଜୈବବିବିଧତା ହ୍ରାସ ହେଉଛି। ଏଭଳି ଅସୁରକ୍ଷିତ ଶିଳ୍ପର ଧାରା ପରିବେଶ ସୁରକ୍ଷା ଆଇନ ୧୯୮୬, ଜଳ (ପ୍ରଦୂଷଣ ନିବାରଣ ତଥା ନିୟନ୍ତ୍ରଣ) ୧୯୭୪ ଏବଂ ବାୟୁ (ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ଆଇନ ୧୯୮୧ର ଉଲ୍ଲଂଘନ କରୁଛି। ଭାରତର ପ୍ରତିଷ୍ଠିତ ପରିବେଶ ଗବେଷଣା ସଂସ୍ଥା ନ୍ୟାଶନାଲ ଏନଭାରନମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଅନୁଧ୍ୟାନକୁ ଟ୍ରିବ୍ୟୁନାଲ ବିଚାରକୁ ନେଇଥିଲେ। କୁକୁଡା ଉତ୍ପାଦନର ବିଭିନ୍ନ ପ୍ରକାର ପ୍ରଦୂଷଣକାରୀ ତତ୍ତ୍ୱ ସହ ସମ୍ପର୍କ ରହିଛି ବୋଲି ଏହି ଅନୁଧ୍ୟାନରେ କୁହାଯାଇଥିଲା। ଏହା ମଧ୍ୟ ମାଛି, ମୂଷା, ଏବଂ ଅନ୍ୟ କୀଟଙ୍କୁ ଆକର୍ଷିତ କରେ, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ରୋଗ ବୃଦ୍ଧି କରିଥାଏ। ଅଧିତ୍କମାତ୍ରାରେ କୁକୁଡା ଉତ୍ପାଦନ ଗ୍ରୀନହାଉସ ଗ୍ୟାସ୍‌, ଅମ୍ଳୀକରଣର କାରଣ ପାଲଟେ। କୁକୁଡା ଏବଂ ଡାଇରୀ ଶିଳ୍ପଗୁଡ଼ିକ ପରିବେଶକୁ ଅତ୍ୟଧିତ୍ତ୍କ ପ୍ରଦୂଷିତ କରୁଛନ୍ତି। ଏଥିରୁ କଟୁ ଗନ୍ଧ ବାହାରେ ଓ ଏହା ନିକଟରେ ଥିବା ଲୋକଙ୍କୁ ପ୍ରଭାବିତ କରେ।
ପ୍ରାଣୀ ନିର୍ଯାତନା ଦୂର କରି ପରିବେଶ ସୁରକ୍ଷା କରିବା ଭାରତର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଯଦି ଆପଣଙ୍କ ଘର ପାଖରେ ଡାଇରୀ କିମ୍ବା କୁକୁଡା ଫାର୍ମ ରହିଛି ତେବେ ତାହାକୁ ନିର୍ମାଣ କରିବା ଓ ଚଳାଇବା ଲାଗି ରାଜ୍ୟ ପ୍ରଦୂଷଣ ବୋର୍ଡରୁ ଅନୁଜ୍ଞାପତ୍ର ପାଇଛନ୍ତି କି ନାହିଁ ତାହା ଦେଖନ୍ତୁ। ଯଦି ସେମାନେ ଏହା ନେଇନାହାନ୍ତି ତେବେ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରନ୍ତୁ। ଏହି ଫାର୍ମଗୁଡ଼ିକ କଠିନ, ତରଳ ଓ ବାୟୋ ବର୍ଜ୍ୟ ନିଷ୍କାସନ, କେତେ ଜାଗାରେ କେତେ ପ୍ରାଣୀ ରହିବେ ଏବଂ ଏହି ପ୍ରକ୍ରିୟାରେ ସ୍ବାସ୍ଥ୍ୟଗତ ଆବଶ୍ୟକତା ପାଇଁ ରହିଥିବା ସର୍ବନିମ୍ନ ମାନକ ପାଳନ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ। ଏହାଦ୍ୱାରା ଆମ ଭୂତଳ ଜଳ, ବାୟୁ ଏବଂ ଖାଦ୍ୟ ପ୍ରଦୂଷଣକାରୀ ତତ୍ତ୍ୱ,କୀଟନାଶକ, ଆଣ୍ଟିବାୟୋଟିକ୍ସ ଏବଂ ମାରାମତ୍କ ଜୀବାଣୁ ଦ୍ୱାରା ପ୍ରଦୂଷିତ ହେଉଛି କି ନାହିଁ ତାହା ଜାଣିପାରିବା। ଏହି ଫାର୍ମଗୁଡ଼ିକରେ ନିର୍ଯାତାନ ଭୋଗୁଥିବା ପ୍ରାଣୀମାନଙ୍କୁ ମୁକ୍ତ କରିବା ସେମାନଙ୍କ ପାଇଁ ହେବ ଏକ ଶ୍ରେଷ୍ଠ ଉପହାର।
Email: gandhim@nic.in