Categories: Home Leftଖେଳ

ବିଜୟ ପରେ ମଧ୍ୟ ହାତ ମିଳାଇଲେ ନାହିଁ: ପାକିସ୍ତାନୀ ଖେଳାଳିଙ୍କୁଠାରୁ…

ଦୁବାଇ,୧୪ା୯: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଲିଗ୍‌ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଟସ୍‌ ପଡ଼ିବା ବେଳେ ଦୁଇ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ସଲମାନ ଆଘା ପରସ୍ପର ସହ ହାତ ମିଳାଇ ନ ଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଟସ୍‌ ବେଳେ ହାତ ମିଳାଇବା ଲାଗି ଯଦି ଓ କୌଣସି ଲିଖିତ ନିୟମ ନାହିଁ, କିନ୍ତୁ ଏହା ଏକ ପରମ୍ପରା। ଉଭୟ ଦଳର ଅଧିନାୟକ ଖେଳାଳିଙ୍କ ତାଲିକା ମ୍ୟାଚ୍‌ ରେଫରୀ ଆଣ୍ଡି ପିକ୍ରଫ୍ଟଙ୍କୁ ପ୍ରଦାନ କରିବା ପରେ ଟିଭି କମେଣ୍ଟେଟର ରବି ଶାସ୍ତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ପରେ ଅଲଗା ଦିଗରେ ଚାଲି ଯାଇଥିଲେ।

ଅନ୍ୟପକ୍ଷେ ଏସିଆ କପ୍‌ ୨୦୨୫ ମେଗା ମ୍ୟାଚରେ, ରବିବାର ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ କ୍ରିକେଟରଙ୍କଠାରୁ ଦୂରତା ବଜାୟ ରଖିଥିଲେ। ବିଜୟ ପରେ ମଧ୍ୟ ପଡ଼ିଆରେ ଉଭୟ ଦଳର ଖେଳାଳି ପରସ୍ପରକୁ ହାତ ମିଳାଇ ନ ଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ପ୍ରଥମ ଥର ପାଇଁ କ୍ରିକେଟ ପଡ଼ିଆରେ ପରସ୍ପରକୁ ଭେଟିଥିଲେ।

Share