Categories: Home Leftଖେଳ

ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍‌: କପିଲ ଦେବ

ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି ମ୍ୟାଚରେ ୭ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ପ୍ଲେ ଅଫରେ ସେମାନଙ୍କର ସ୍ଥାନ ପ୍ରାୟ ନିଶ୍ଚିତ ହୋଇଛି। ଏହି ସମୟରେ ଭାରତୀୟ ବିଶ୍ୱ ବିଜେତା ଅଧିନାୟକ କପିଲ ଦେବ ଏବେ ଧୋନିଙ୍କୁ ଆଇପିଏଲରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତି ପ୍ରଶଂସକଙ୍କ ଏତେ ସଂଲଗ୍ନତା ଦେଖି କପିଲ ଦେବ କହିଛନ୍ତି, ଧୋନି ନିଜକୁ ଏକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିଛନ୍ତି। ମୁଁ ଏହା ମଧ୍ୟ ମାନୁଛି ଯେ, ଆପଣ ୪୦ ବର୍ଷ ବୟସରେ ୨୫ ବର୍ଷ ଭଳି ଦେଖାଯାଇ ପାରିବେନାହିଁ। ଶରୀରର ଗତି ସେପରି ନୁହେଁ। ତାଙ୍କର ଆଣ୍ଠୁ ସମସ୍ୟା, ପିଠି ସମସ୍ୟା ରହିଛି, କିନ୍ତୁ ଏହା ସତ୍ତ୍ୱେ ସେ ଖେଳକୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରୁଛନ୍ତି । ଏଥିପାଇଁ ଧୋନିଙ୍କୁ ଯେତେବି ପ୍ରଶଂସା କରିଯିବ ତାହା କମ୍‌ ପଡିବ।

କପିଲ ଦେବ ଆହୁରି କହିଛନ୍ତି, ଧୋନି ହୁଏତ ପୂର୍ବ ଭଳି ଖେଳିପାରୁନାହାନ୍ତି, ତଥାପି ତାଙ୍କ ଭିତରେ ପୂର୍ବଭଳି ସମାନ ଜିନିଷ ଦେଖିବାକୁ ମିଳେ। ଏହି ସିଜନରେ ସେ ପ୍ରମାଣ କରି ଦେଖାଇଛନ୍ତି। ଧୋନି ଏହି ସିଜନରେ ପରେ ଅଧିକ ଖେଳିବା ଉଚିତ୍‌ ନୁହେଁ, କାରଣ ଯଦି ଆଗକୁ ତାଙ୍କର ପ୍ରଦର୍ଶନ ଖରାପ ହୁଏ ତେବେ କେହି ଏହାକୁ ପସନ୍ଦ କରିବେ ନାହିଁ । ସେ ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି ଏବଂ ମୁଁ ଭାବୁଛି ବର୍ତ୍ତମାନ ତାଙ୍କୁ ଅବସର ନେଇନେବା ଉଚିତ୍‌।