Categories: Home Leftଖେଳ

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ଯେ, ଏକା ସମୟରେ ଦଳର ୪ରୁ ୫ ଖେଳାଳି ଫର୍ମ ହରାଇଲେ ଆଶାନୁଯାୟୀ ଫଳାଫଳ ପାଇବା କଷ୍ଟକର। ସିଏସ୍‌କେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌)ଠାରୁ ପରାଜିତ ହେବା ଦ୍ୱାରା ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିବା ଦ୍ୱାରରେ ଦଳ ପହଞ୍ଚିଛି। ଦଳୀୟ କମ୍ବିନେଶନରେ ସ୍ଥିରତା ବଜାୟ ରଖିବା ପାଇଁ ସିଏସ୍‌କେ ଜଣାଯାଏ। ହେଲେ ଚଳିତ ଲିଗ୍‌ରେ ଦଳ ଏପର୍ଯ୍ୟନ୍ତ ୯ ମ୍ୟାଚ୍‌ରେ ୧୯ ଖେଳାଳିଙ୍କୁ ଖେଳାଇଛି।

ଭଳି ଟୁର୍ନାମେଣ୍ଟରେ ଯଦି ଦଳରେ ଗୋଟିଏ କି ଦୁଇଟି ଗାତ ଦେଖାଯାଏ, ତେବେ ତାହାକୁ ଭରିହେବ। କିନ୍ତୁ ଯଦି ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରି ନ ପାରିବେ ତେବେ ଆଶାନୁଯାୟୀ ଫଳ ପାଇବା କଷ୍ଟକର। ଅନ୍ୟପକ୍ଷେ ଦଳର କେତେଜଣ ଖେଳାଳି ଯଦି ଭଲ କରୁଛନ୍ତି, ତେବେ ଖରାପ ପ୍ରଦର୍ଶନ କରୁଥିବା ଗୋଟିଏ କି ଦୁଇଟି ଖେଳାଳିଙ୍କୁ କିଛି ଅଧିକ ସୁଯୋଗ ଦେଇହେବ। ଯଦି ତାହା କାମ ନ ଦିଏ, ତେବେ ତୁମେ ଖେଳାଳିଙ୍କୁ ପରିବର୍ତ୍ତନ କର।

ହେଲେ ଏକା ସମୟରେ ଯଦି ୪ ଜଣ ଭଲ ପ୍ରଦର୍ଶନ କରିପାରୁନାହାନ୍ତି, ସେମାନଙ୍କୁ ବଦଳାଇବା ନିହାତି ଦରକାର। କାରଣ ସେମାନଙ୍କୁ ଲଗାତର ଖେଳାଇ ହେବ ନାହିଁ ବୋଲି ଧୋନୀ କହିଛନ୍ତି। ସିଏସ୍‌କେ ବର୍ତ୍ତମାନ ୭ ପରାଜୟ ସହ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିଛି। ଏପର୍ଯ୍ୟନ୍ତ ଡେଭନ କନ୍‌ଓ୍ବେ, ରାଚିତ ରବୀନ୍ଦ୍ର, ସାମ୍‌ କୁରାନ, ରାହୁଲ ତ୍ରିପାଠୀ, ଦୀପକ ହୁଦା, ବିଜୟ ଶଙ୍କରଙ୍କ ଭଳି ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

Share