Categories: Home Leftଖେଳ

ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା

ମୁମ୍ବାଇ,୧୯।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା। ନିକଟରେ ସିଏସ୍‌କେ ପାଇଁ ୨୦୦ ମ୍ୟାଚ୍‌ ଖେଳିଥିବା ଧୋନୀ ଚଳିତ ଆଇପିଏଲରୁ ୨ କିମ୍ବା ୪ ମ୍ୟାଚ୍‌ରୁ ବାସନ୍ଦ ହୋଇପାରନ୍ତି। କାରଣ ଚଳିତ ଆଇପିଏଲର ପ୍ରଥମ ତଥା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ସିଏସ୍‌କେ ଅଧିନାୟକଙ୍କୁ ଦଣ୍ଡିତ ହେବାକୁ ପଡ଼ିଥିଲା। ଏହି ବାବଦକୁ ଧୋନୀଙ୍କ ମ୍ୟାଚ୍‌ ଫି’ରୁ କାଟ୍‌ କରାଯାଇଥିଲା ୧୨ ଲକ୍ଷ ଟଙ୍କା।

କିନ୍ତୁ ଆଇପିଏଲ ନିୟମ ଅନୁସାରେ, ଦଣ୍ଡିତ ହେବାର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଯଦି ଧାର୍ଯ୍ୟ ସମୟ ସୁଦ୍ଧା ସିଏସ୍‌କେ ୨୦ ଓଭର ବୋଲିଂ କରିବାରେ ବିଫଳ ହେଲେ ଧୋନୀଙ୍କୁ ବାସନ୍ଦ କରାଯିବ। ତେବେ ଚେନ୍ନାଇ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୨୦ ଓଭର ମାତ୍ର ୮୮ ମିନିଟ୍‌ରେ ଶେଷ କରିଥିଲା। ଏଥି ନେଇ ବିସିସିଆଇ ପକ୍ଷରୁ ୯୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି। ଏଣୁ ଧୋନୀଙ୍କ ଦଳକୁ ଆଉ ଗୋଟିଏ ମ୍ୟାଚ୍‌ରେ ଧାର୍ଯ୍ୟ ସମୟ ଭିତରେ ବୋଲିଂ ଶେଷ କରିବାକୁ ପଡ଼ିବ। ନ ହେଲେ ସିଏସ୍‌କେକୁ ତା’ର ଅଧିନାୟକ ତଥା ମହାନ ଉଇକେଟକିପରଙ୍କ ବିନା ଖେଳିବାକୁ ପଡ଼ିପାରେ।