ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଉଛନ୍ତ। ଏହି ସମୟରେ ଧୋନୀ ଦୀର୍ଘ ଦିନ ଧରି ମୁମ୍ବାଇରେ ଥିଲେ। ନିକଟରେ ସେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ବିବାହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀଙ୍କ ଜଣେ ବନ୍ଧୁଙ୍କ ହେଉଥିଲା। ବିବାହରେ ସାକ୍ଷୀଙ୍କ ସହ ନାଚିଥିଲେ ଧୋନୀ। ବିବାହ ରିସେପ୍ସନର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଧୋନିଙ୍କ ଏହି ଭିଡିଓଗୁଡିକ ମଧ୍ୟ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।