ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏଥିପାଇଁ ସହର ମଧ୍ୟରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାଇକ୍ ପ୍ରଚାର, ଲିଫ୍ଲେଟ ବଣ୍ଟନ ଓ ପଥପ୍ରାନ୍ତ ସଭା ଆଦି ଅନୁଷ୍ଠିତ ହୋଇଛି ା ମିଟର ଖରାପ ଆଳରେ ଅତ୍ୟଧିକ ଫାଇନ ଆଦାୟ ଏବଂ ସ୍ମାର୍ଟ ମିଟର ବାଧ୍ୟତାମୂଳକ କରିବା ଏବଂ କୌଣସି କାରଣ ନ ଥାଇ ଅଘୋଷିତ ବିଦ୍ୟୁତ୍ କାଟ ଓ ଉପଭୋକ୍ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଆଦି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।