ଅଧା ରହିଗଲା ଧର୍ମେନ୍ଦ୍ରଙ୍କ ସ୍ବପ୍ନ, ଏହି ଦିନ ରିଲିଜ୍‌ ହେବ ଶେଷ ଫିଲ୍ମ

ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଭାବେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବୟସଜନିତ ରୋଗ ସହିତ ଲଢ଼ୁଥିବା ସମୟରେ କିଛି ଦିନ ହେବ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରେ ଚିକିତ୍ସିତ ହେଉଥିଲେ।

ଧର୍ମେନ୍ଦ୍ର ଯଦିଓ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ସେ ସର୍ବଦା ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଏକ ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିନାହିଁ, ସେହି ଫିଲ୍ମଟି ହେଉଛି ‘୨୧’। ଏହା ଡିସେମ୍ବର ୨୫ ତାରିଖରେ ସିନେମା ହଲରେ ଆସିବ।

ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ୧୯୭୧ ଭାରତ-ପାକ ଯୁଦ୍ଧର ନାୟକ ଅରୁଣ ଖେତପାଳଙ୍କ ଭୂମିକାରେ ଅଭିନୟ କରିବେ। ଧର୍ମେନ୍ଦ୍ର ତାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିବେ।

ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଶୋଲେ, ଚୁପକେ ଚୁପକେ, ସୀତା ଔର ଗୀତା ଏବଂ ଧରମ ବୀର ଭଳି ସୁପରହିଟ ଫିଲ୍ମ ଅନ୍ତର୍ଭୁକ୍ତ। ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ। ଏଥିରେ ଶୋଲେରେ ବାସନ୍ତୀ ଇନ କୁତେ କେ ଆଗେ ମତ ନାଚ୍‌ନା ଏକ ପ୍ରମୁଖ ହିଟ ଫିଲ୍ମ ଥିଲା।

ଧର୍ମେନ୍ଦ୍ରଙ୍କ ଜନ୍ମ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନସରାଲି ଗାଁରେ ହୋଇଥିଲା। ଏହି ଛୋଟ ଗାଁରୁ ସେ ବଲିଉଡର ସବୁଠାରୁ ବଡ଼ ଅଭିନେତା ହେବା ପାଇଁ ଯାତ୍ରା କରିଥିଲେ। ସେ ତାଙ୍କ କ୍ୟାରିଅରରେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି, ଏବଂ ତାଙ୍କର ପରଦା ଉପରେ ଅଭିନୟ ଅନେକଙ୍କ ଦ୍ୱାରା ପସନ୍ଦ କରାଯାଇଛି। ସେ ହିନ୍ଦୀ ଏବଂ ପଞ୍ଜାବୀ ସିନେମାରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ।

 

Dharitri – Odisha’s No.1 Odia Daily