ମୁମ୍ବାଇ,୧୧।୧୧: ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। କିଛିଦିନ ହେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇ ଘରେ ଚିକିତ୍ସିତ ହେଉଥିଲେ।
ସୂଚନାଯୋଗ୍ୟ, ବଲିଉଡ୍ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିକଟରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ମହଲରେ ଚିନ୍ତା ବଢ଼ିଯାଇଥିଲା। ପରେ ତାଙ୍କୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ। ଧର୍ମେନ୍ଦ୍ରଙ୍କ ପୂରା ନାମ ହେଉଛି ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ। ତାଙ୍କର ଜନ୍ମ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନସରାନି ଗାଁରେ ହୋଇଥିଲା। ସେ ୧୯୬୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲ ଭି ତେରା ହମ ଭି ତେରେ’ ସହିତ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ୧୯୬୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ବୟ ଫ୍ରେଣ୍ଡ’ରେ ଏକ ସହାୟକ ଭୂମିକାରେ ଅଭିନୟ କରିଥିଲେ।
ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଶୋଲେ, ଚୁପକେ ଚୁପକେ, ସୀତା ଔର ଗୀତା ଏବଂ ଧରମ ବୀର ଭଳି ସୁପରହିଟ ଫିଲ୍ମ ଅନ୍ତର୍ଭୁକ୍ତ। ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ। ଏଥିରେ ଶୋଲେରେ ବାସନ୍ତୀ ଇନ କୁତେ କେ ଆଗେ ମତ ନାଚ୍ନା ଏକ ପ୍ରମୁଖ ହିଟ ଫିଲ୍ମ ଥିଲା।