ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ, ୧୨।୧୧: ବହୁ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି। ତାଙ୍କ ପୁଅ ବବି ଦେଓଲ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରୁ ବାରିଛନ୍ତି। ସୂତ୍ର ଅନୁସାରେ, ପରିବାର ଦ୍ୱାରା ନିଷ୍ପତ୍ତି ନିଆଯାଇଥିବା ଧର୍ମେନ୍ଦ୍ର ଏବେ ଘରେ ଚିକିତ୍ସା ହେବେ।

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସହ ସେ କ୍ରମଶଃ ସୁସ୍ଥ ହେଉଛନ୍ତି। ୮୯ ବର୍ଷୀୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ଖବର ପ୍ରସାର ନ କରିବାକୁ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ପରିବାରକୁ ପ୍ରିଭେସି ଦେବା ଲାଗି ଈଶା ନିବେଦନ କରିଛନ୍ତି। ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ଦାୟିତ୍ୱହୀନ ଖବର ପ୍ରସାରଣକୁ ତାଙ୍କ ସ୍ତ୍ରୀ ହେମା ମାଳିନୀ ସମାଲୋଚନା କରିଛନ୍ତି।

 

Dharitri – The Largest & Most Trusted Odia Daily

Share