ଧରିତ୍ରୀ ଲେଖିଲା, ବନ ବିଭାଗ ଚେତିଲା, ଗଛରୁ ହଟେଇଲା ବ୍ୟାନର ଓ କଣ୍ଟା

ଦାରିଙ୍ଗବାଡି,୮।୫,(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛରେ ବ୍ୟାନର, ପୋଷ୍ଟର ଆଦି ଲଗାଇବାକୁ ଗଛରେ କଣ୍ଟାପିଟା ଯାଉଛି। ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରଚାର ପ୍ରସାର ପାଇଁ ଏଭଳି ଗଛକୁ କଣ୍ଟା ପିଟା ଯାଇ ନଷ୍ଟ କରାଯାଉଥିବା ନେଇ କେବଳ ଧରିତ୍ରୀରେ ଖବର ପ୍ରକାଶିତ ପରେ ଦାରିଙ୍ଗବାଡି ବଜାରରୁ ଗଛରୁ କଣ୍ଟା ବାହାର କରିବା କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ। ଏବେ ମଧ୍ୟ ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା ଆଦି ଅଞ୍ଚଳରେ ରହିଥିବା ଶହ ଶହ ଗଛରେ ବ୍ୟାନର, ପୋଷ୍ଟର ପାଇଁ କଣ୍ଟା ପିଟା କରାଯାଇଛି ଏହି ସବୁକୁ ହଟେଇବା ସହ ଯେଉଁମାନେ ଏଭଳି କଣ୍ଟାପିଟୁଛନ୍ତି ସେମାନଙ୍କ ବିରୋଧରେ ବନ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Share