ସିଡୁଆ ନଦୀରେ ଗାଧୋଇବା ବେଳେ ୨ ବାଳକ ନିଖୋଜ ଜଣେ ଉଦ୍ଧାର

କଟକ ସଦର,୧୨।୧୦(ସୁଶାନ୍ତ କୁମାର ଜେନା) ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମ ସିଡୁଆ ନଦୀରେ ରବିବାର ସକାଳେ ଦୁଇ ବାଳକ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ପରେ ଜଣକୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଳକ ଜଣକ ହେଲେ ଗୁରୁ ପ୍ରସାଦ ନାୟକ(୧୨), ପିତା – ଦିଲୀପ କୁମାର ନାୟକ। ଗୁରୁ ପ୍ରସାଦଙ୍କୁ ଉଦ୍ଧାର କରାଯାଇ କଟକ ଏସ ସି ବି ମେଡିକାଲ କୁ ପଠା ଯାଇଛି, ଅନ୍ୟ ଜଣେ ହେଲେ ସାଇ ଶୁଭମ ବାରିକ, ବୟସ ୧୪ ବର୍ଷ, ପିତା – ବିନୋଦ ବାରିକ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଦୀ ଘାଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ଏହି ଘଟଣାରେ ପରେ ନଦୀକୂଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାଇ ଶୁଭମ ଘର ଅନ୍ୟ ସ୍ଥାନରେ ହୋଇଥିବା ବେଳେ ସାଙ୍ଗ ସହିତ ୪୨ ମୌଜା ବୁଲି ଆସିଥିଲେ।

 

 

Dharitri – Odisha’s No.1 Odia Daily