ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି କିଡନୀ ଏବଂ ଲିଭରଜନିତ ରୋଗରେ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଦେହାନ୍ତ ସମୟରେ ୩ ପୁଅ ଅନିରୁଦ୍ଧ ବେହେରା, ଅନୁପମ ବେହେରା, ଅମିତାଭଙ୍କ ସହ ୨ ଝିଅ ଆଦ୍ୟାଶା ଓ ଆୟୁଷା ଉପସ୍ଥିତ ଥିଲେ। ତାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ୱାରରେ ସମ୍ପନ୍ନ କରାଯାଇଛି। ସୌଦାମିନୀ ଜଣେ ଧର୍ମ ପରାୟଣା,ମିଷ୍ଟଭାଷୀ ଓ ସହୃଦୟା ମହିଳା ଥିଲେ। ତାଙ୍କ ବିୟୋଗରେ କୋରାପୁଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।