ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର ଓହଳିକି ରହିଥିବା ଘଟଣା ଖବର ପ୍ରକାଶିତ ପରେ ଦାରିଙ୍ଗବାଡି ବିଦ୍ୟୁତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଓହଳି ରହିଥିବା ତାରକୁ ସଜଡ଼ା ଯାଇଥିବା ଜଣାପଡିଛି।
ଏନେଇ ୧୦ନଂ ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ କହିଛନ୍ତି, ଦୀର୍ଘ ଦିନ ଧରି ଅଞ୍ଚକବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନ ଥିଲା ବୋଲି କହିଛନ୍ତି। ଏବେ ସେହି ରାସ୍ତାରେ ବିଦ୍ୟୁତ ବିପଦମୁକ୍ତ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ବିଦ୍ୟୁତ ତାର ବିପଦପୂର୍ଣ୍ଣ ଭାବେ ଓହଳି କି ରହିଥିବା ନେଇ ସୋମବାର ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତର ବହୁତ କମ ସମୟ ମଧ୍ୟରେ ଏହା ମରାମତି କରାଯାଇଥିଲା।