ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

କର୍ଲାମୁଣ୍ଡା,୧୬ା୭ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡାରେ ଦୀର୍ଘ ୪୦ ବର୍ଷ ଧରି ୪୦ ପରିବାର ବସବାସ କରି ଆସୁଥିଲେ ହେଁ ସ୍ଥାୟୀ ଘର ଡିହ ପାଇପାରୁ ନ ଥିବା ସମ୍ପର୍କରେ ମଙ୍ଗଳବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜୋରାଡ଼ବରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ର କାନ୍ତ ଭୋଇ ମଙ୍ଗଳବାର କଲୋନିପଡାରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୋଇଙ୍କୁ ପଚାରିବାରୁ ତଦନ୍ତ ପରେ ଲୋକଙ୍କ ପାଖରେ ସ୍ଥାୟୀ ପଟ୍ଟା ନ ଥିବା ଜାଣିବାକୁ ପାଇଛି। ମାଟି ଘରେ ରହୁଥିବା ପରିବାରକୁ ଚିହ୍ନଟ କରାଯାଇଛି। ଏ ସମ୍ବନ୍ଧରେ ଏକ ରିପୋର୍ଟ ବିଡ଼ିଓଙ୍କଠାରେ ଦାଖଲ କରବି ବୋଲି କହିଛନ୍ତି।