ଧରାକୋଟ,୭।୧୧: ଧରାକୋଟର ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବର୍ତ୍ତମାନ ଧରାକୋଟ ବ୍ଲକ ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି। ରାଜମାତା ସାହେବ ନନ୍ଦିନୀ ଦେବୀ, ରାଜା ସାହେବ କିଶୋର ଚନ୍ଦ୍ର ସିଂ ଦେଓଙ୍କ ବଡ଼ ଝିଅ, ରାଜା ସାହେବ ଅନନ୍ତ ନାରାୟଣ ସିଂ ଦେଓ, ରାଣୀ ସାହେବ ଶାନ୍ତି ଦେବୀଙ୍କ ନାତୁଣୀ ଶ୍ରୀମୟ ମହାପାତ୍ରଙ୍କ ହାତ ଧରିଛନ୍ତି। ଅମିତା ପଣ୍ଡା ଏବଂନାରାୟଣ ମହାପାତ୍ରଙ୍କ ପୁଅ ଶ୍ରୀମୟଙ୍କ ସହିତ ତାଙ୍କର ବିବାହ ବଡ଼ ଧୁମ୍ଧାମ୍ରେ ଭୁବନେଶ୍ୱର ଏକ ରିସର୍ଟରେ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ରାଜପରିବାର, ନେତା, ମନ୍ତ୍ରୀ, ତଥା ଶୁଭେଚ୍ଛୁ ଯୋଗ ଦେଇଥିଲେ।