୨୦ରେ ଧାମନଗର ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ

ଧାମନଗର, ୧୩ା୪: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଧାମନଗର ଏନ୍‌ଏସିର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତମାସ ୨୪ ତାରିଖରେ ପୌର ନିର୍ବାଚନ ସମୟରେ ଛୁରାମାଡ଼ ଘଟଣାକୁ ନେଇ ଏହି ଏନ୍‌ଏସିରେ ୬ଟି ବୁଥ୍‌ରେ ନିର୍ବାଚନ ବନ୍ଦ କରାଯାଇଥିଲା। ଚଳିତ ମାସ ୫ ତାରିଖରେ ଉକ୍ତ ବୁଥ୍‌ରେ ସାନି ମତଦାନ ହୋଇଥିଲା। ୬ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଥିଲା। ଏନ୍‌ଏସିରେ ୧୧ କାଉନସିଲରଙ୍କ ମଧ୍ୟରୁ ୯ଟି ବିଜେଡି ଖାତାକୁ ଯାଇଥିବା ବେଳେ ଆଉ ୨ଟି ଭାଜପା ଖାତାକୁ ଯାଇଛି।
ତେବେ ଉକ୍ତ କାରଣରୁ ଅନ୍ୟସ୍ଥାନରେ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିବାବେଳେ ଏଠାରେ ହୋଇପାରି ନ ଥିଲା।