ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଅନେକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ରହିଛି। ଅନେକ ସମୟରେ ଅପହଞ୍ଚ ଅଞ୍ଚଳରେ କୌଣସି ଅଘଟଣ ଘଟିଲେ ଲୋକଙ୍କୁ ସେବା ଯୋଗାଇବା କାଠିକର ପାଠ। ତେବେ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନ। ସେ ସବୁବେଳେ ତାଙ୍କ ଟିମ୍କୁ ନେଇ ସଜାଗ ରଖିଥାନ୍ତି। ଗୋଟିଏ ଫୋନ କଲରେ ପହଞ୍ଚିଯାଇଥାନ୍ତି ଗନ୍ତବ୍ୟସ୍ଥଳରେ। ସେ ରାସ୍ତା ଦୁର୍ଘଟଣା ହେଉ କି କେଉଁଠି ଘରେ ନିଆଁ ଲାଗିବା ଘଟଣା। ଆଉ କୂଅରେ ପଡିଥିବା ଲୋକଙ୍କୁ ସାହସର ସହ ଉଦ୍ଧାର କରିବା ପାଇଁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କର ଏହି ସମୟାନୁବର୍ତ୍ତିତା ଓ କାର୍ଯ୍ୟ ଦକ୍ଷତାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଚଳିତ ସାଧାରଣତନ୍ତ୍ର ଦିବସରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ନିଜ କୌଣସି ଦାୟିତ୍ୱରେ ବ୍ୟସ୍ତ ଯୋଗୁ ପରବର୍ତ୍ତୀ ସମୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି।