ଏହିଭଳି ପରିସ୍ଥିତିରେ ଶନିବାର ଅପରାହ୍ନରେ ଡିଜି ପୋଲିସ ୱାଇ ବି ଖୁରାନିଆ ହଠାତ ଭଞ୍ଜନଗରରେ ପହଞ୍ଚି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି, ମାଓବାଦୀ ଦମନ ଉପରେ ସମୀକ୍ଷା କରିଥିଲେ। ଏହାପରେ ସାଂରେ ତନରଡ଼ାରେ ଥିବା ଆଇଆରବି ୮ ମ ସ୍ବତନ୍ତ୍ର ବାଟାଲିୟନରେ ପହଞ୍ଚି ସେଠାରେ ଯବାନମାନଙ୍କ ପାଇଁ ହୋଇଥିବା ନୂତନ ଜିମ୍କୁ ଉଦଘାଟନ କରିଥିଲେ। ଏହାପରେ ବିଭିନ୍ନ ଅଧିକାରୀଙ୍କ ସହ ସେଠାରେ ବିଭିନ୍ନ ବିଷୟରେ ବହୁ ସମୟ ଧରି ଆଲୋଚନା କରିଥିଲେ। ଡିଜିଙ୍କ ଗସ୍ତ ସମୟରେ ଅତିରିକ୍ତ ଡି ଜି ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର, ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଆଇଆରବି ୮ ମ ସ୍ବତନ୍ତ୍ର ବାଟାଲିୟନ କମାଣ୍ଡିଙ୍ଗ ଅଫିସର୍ ସୁଧାକର ମିଶ୍ର, ଏ ଏସ ପି ରଞ୍ଜନ କୁମାର ଦେ, ଏସଡିପିଓ ଡ ଦୀପକ କୁମାର ମିଶ୍ର, ଡେପୁଟି କମାଣ୍ଡେଣ୍ଟ ଲଳିତ କୁମାର ବାଗ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମନୋଜ କୁମାର ତରେଇ, ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମି ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଡିଜି ବଉଦ, କନ୍ଧମାଳ ଜିଲ୍ଲାରେ ମାଓବାଦୀ ଗତିବିଧି ଉପରେ ସମୀକ୍ଷା କରିବା ପରେ ଭୁବନେଶ୍ବର ଯିବା ବାଟରେ ଭଞ୍ଜନଗର ରେ ଅଟକି ସମୀକ୍ଷା କରିଥିଲେ।