ପାଟଣାରେ ମାଫିଆ ବେଲଗାମ, ବେଆଇନ ଗଛକଟାକୁ ନେଇ ଡିଏଫ୍‌ଓଙ୍କ ଚଢ଼ାଉ, ଜବତ କଲେ…

ପାଟଣା,୨୦।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନ ବିଭାଗର ନିଷ୍କ୍ରିୟତାକୁ ନେଇ ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ଦିନ ଦ୍ୱିପହରରେ ମାଫିଆମାନେ ମେସିନ ଲଗାଇ ଗଛ କାଟି ନେଇ ଚାଲାଣ କରୁଛନ୍ତି। ବନ ବିଭାଗର କିଛି କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ମାଫିଆ ମାନେ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଗଛ କାଟି ନେଉଥିବା ଆଲୋଚନା ହେଉଛି। ମଙ୍ଗଳବାର ଖୁଣ୍ଟାପଡା ଏବଂ ଖଜିରାପଶି ଗ୍ରାମର ସରକାରୀ ଜମିରେ ଶହ ଶହ ୟୁକାଲିପଟାସ ଗଛ କଟା ଯାଇଥିବା ନେଇ ଅଭିଯୋଗ ପରେ ବନପାଳ ନିରଞ୍ଜନ ସେଠୀ ପହଞ୍ଚି କେବଳ ଗଛ କଟା ମେସିନକୁ ଜବତ କରିଥିଲେ। ସେହିଭଳି ବୁଧବାର ଅପରାହ୍ନରେ ଘଟଣା ସ୍ଥଳରେ ଡିଏଫ୍‌ଓ ଏଚ୍‌ଡି ଧନରାଜ ପହଞ୍ଚି କାଠଗୁଡିକୁ ଜବତ କରି ଟ୍ରକ ସାହାଯ୍ୟରେ ରେଞ୍ଜ କାର୍ଯ୍ୟାଳୟ କୁ ନେଇ ଘଟଣାର ତଦନ୍ତ କରୁଛନ୍ତି।

Share
Tags: odisha