ଭଞ୍ଜନଗର,୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବନ ବିହାର ପରିସରରେ ବିଶ୍ବ ଆଦ୍ର ଭୂମି ଦିବସ ପାଳିତ ହୋଇଯାଇଛି। ଏଥିରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲାର ୯୦୮ ଟି ଆଦ୍ର ଭୂମିର ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ସେଥିମଧ୍ୟରୁ ଘୁମୁସର ଉତ୍ତର ବନଖଣ୍ଡର ୯୮ଟି ଆଦ୍ର ଭୂମି (ଜଳାଶୟ, ନଦୀ) ର ବିକାଶ ପାଇଁ ଯୋଜନା ଅଛି। ଦିନକୁ ଦିନ ବିଭିନ୍ନ ଜଳାଶୟ ପ୍ରଦୂଷିତ ହେଉଛି। ତାହାର ସୁରକ୍ଷା ନିହାତି ଆବଶ୍ୟକ ହୋଇପଡିଛି। ତେଣୁ ଛାତ୍ରୀଛାତ୍ରମାନେ ଏନେଇ ସଚେତନ ହୋଇ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଡିଏଫଓ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବଟନି ବିଭାଗର ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ବାଳିକା ଆତ୍ମ ସୁରକ୍ଷା ତାଲିମ ସଂଯୋଜିକା ଅଧ୍ୟାପିକା ସ୍ମରଣିକା ପାଢ଼ୀ, ଜାତୀୟ ସେବା ଯୋଜନା ଶାଖା ୨ ୟର ଅଧିକାରୀଣୀ ସସ୍ମିତା କୁମାରୀ ଦାସ, ଶାଖା ୧ ଅଧିକାରୀ ବି ପ୍ରଧାନ, ଏନସିସି ଆର୍ମି ୱିଙ୍ଗ ଅଫିସର ଅର୍ପଣ ପ୍ରଧାନ, ନାଭାଲ ୱିଙ୍ଗ ଅଫିସର ବିଭୂତି ଗୌଡ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ଗାଲେରି ରେଞ୍ଜର ଜ୍ଞାନେନ୍ଦ୍ର ଲିମା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ ପ୍ରଥମେ ଆମ ଚାରିପାଖ ପରିବେଶ ସୁରକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ। ଜଳ ହିଁ ଜୀବନ। ଜଳର ସଂରକ୍ଷଣ କରିବାକୁ ପଡିବ। ଜଳସ୍ତର ହ୍ରାସ ପାଇବା ସହ ବିଭିନ୍ନ ଜଳ ପ୍ରଦୂଷିତ ହେଉଛି। ତାହାର ସୁରକ୍ଷା ନିହାତି ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବନପାଳ ବବୁଲ ସେଠୀ, ଗାୟତ୍ରୀ ଦାସ, ସଙ୍ଗୀତା ପଟ୍ଟନାୟକ, ରଶ୍ମିତା ସେଠୀ, ବସନ୍ତ ସାହୁ, ପ୍ରିୟମ୍ବଦା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଏହା ପୂର୍ବରୁ ସକାଳେ ଶତାଧିକ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା। ପ୍ରତିଯୋଗୀତାଗୁଡ଼ିକୁ କେଏସୟୁବି କଲେଜ ଅଧ୍ୟକ୍ଷ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଉକ୍ତ ଉତ୍ସବରେ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।